Hot Posts

6/recent/ticker-posts

ଚାଷୀଙ୍କ ଆଶା ଆଗ୍ନିକୁଣ୍ଡରେ ଦଗ୍ଧ, ଦୁର୍ବୃତ୍ତ ଲଗାଇଲେ ଧାନ ଗଦା ରେ ନିଆଁ


ବଲାଙ୍ଗୀର, ୨୬/୧୨:ପୁଇଁତଳା ବ୍ଲକ ଦୁର୍ଗାପାଲି ଗାଁରେ ଗୁରୁତ୍ୱପୂର୍ଣ୍ଣ ଅଘଟଣ ଘଟିଛି। ଚାଷୀ ନବୀନ ପଟେଲଙ୍କ ଧାନଗଦାକୁ ରାତିରେ କେହି ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବାରୁ ସବୁ ଧାନ ଚାରକୁଣ୍ଡରେ ଦଗ୍ଧ ହୋଇଯାଇଛି।

ନବୀନଙ୍କ ୪ ଏକର ଜମିରେ ଚାଷ କରାଯାଇଥିବା ଧାନ ଆସନ୍ତା ନବାର୍ଷର ଆଶା ବୋହି ଆଣିଥିଲା। ଫସଲ ଭଲ ହୋଇଥିଲା ଓ ଧାନକୁ ଖଳାରେ ସୁରକ୍ଷାରେ ରଖାଯାଇଥିଲା। କିନ୍ତୁ ବୁଧବାର ରାତିରେ ଅପରାଧୀମାନେ ନିଆଁ ଲଗାଇଦେବାରୁ ଧାନଗଦା ଚାରେଇ ତାହା ଖାକ ହୋଇଯାଇଛି।  ସକାଳରେ ଘଟଣା ଜାଣି ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ବଲାଙ୍ଗୀର ଓ ଲୋଇସିଂହା ଅଗ୍ନିଶମ ବିଭାଗର ଟିମ୍‌ ନିଆଁକୁ ନିୟନ୍ତ୍ରଣ କରିଥିଲେ, କିନ୍ତୁ ସବୁ ଧାନ ଦଗ୍ଧ ହୋଇଥିଲା। ଧାନକୁ ନଷ୍ଟ ହୋଇଥିବା ଦେଖି ଧାରକର୍ଜରେ ଚାଷ କରିଥିବା ଚାଷୀ ନବୀନ ପାଟେଲ ତୀବ୍ର ମାନସିକ ଚାପରେ ରହିଛନ୍ତି। ସେ ଘଟଣାସ୍ଥଳରୁ ପୁଇଁତଳା ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି।  

ଏହି ଅଘଟଣ ନେଇ ଗାଁର ଲୋକଙ୍କ ମଧ୍ୟରେ ତୀବ୍ର ମନୋବିବ୍ରତ ସୃଷ୍ଟି ହୋଇଛି। ଗାଁବାସୀ ନିଆଁ ଲଗାଇବାକୁ ଦୁର୍ବୃତ୍ତମାନଙ୍କ କାର୍ଯ୍ୟ ମାନି ତା’ ପଛରେ ଥିବା କାରଣ ମଧ୍ୟ ତଦନ୍ତ କରିବାକୁ ପୋଲିସଙ୍କୁ ଅନୁରୋଧ କରିଛନ୍ତି।