ଭୋଗରାଇ, ୨୫/୧୨: ବାଲେଶ୍ୱର ଜିଲ୍ଲାର କମର୍ଦ୍ଦା ବଜାରର ମାଳତୀ ଜୁଏଲର୍ସ ଦୋକାନରୁ ୫ ଲକ୍ଷ ନଗଦ ଟଙ୍କା ଓ ୩୦୦ ଗ୍ରାମ ସୁନା ଗହଣା ଲୁଟ୍ ଘଟିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଚୋରିକାଣ୍ଡରେ ଅଜଣା ଦୁର୍ବୃତ୍ତମାନେ ଲୁଟ୍ କରି ଚମ୍ପଟ ମାରିଛନ୍ତି। ସୂଚନା ଅନୁସାରେ, ମାଳତୀ ଜୁଏଲର୍ସର ମାଲିକ ଅନନ୍ତ ରଣା, ଜଣେ ଦୀର୍ଘ ଦିନ ଧରି ସୁନା ବ୍ୟବସାୟରେ ଥିଲେ , ଦୋକାନ ଖୋଲି ପୂଜା କାର୍ଯ୍ୟ ପାଇଁ ନଳକୂପରୁ ପାଣି ନେଇ ଆଣିବାକୁ ଯାଇଥିଲେ। ସେଥିବେଳେ ଦୋକାନରେ ପଶି ଗହଣା ଓ ଟଙ୍କା ନେଇ ଦୁର୍ବୃତ୍ତମାନେ ପଳାଇଯାଇଥିଲେ।
ଏହି ଘଟଣା ସମ୍ପର୍କରେ ଦୋକାନ ମାଲିକ ପୋଲିସକୁ ସୂଚନା ଦେଲେ। ଖବର ମିଳିବା ସହିତ କମର୍ଦ୍ଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚୋରିକାଣ୍ଡର ପଛରେ ଥିବା ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ପୋଲିସ ସକ୍ରିୟ ତଦନ୍ତ ଜାରି ରଖିଛି।