ବାଲେଶ୍ୱର, ୨୭/୧୨: ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାକୁ ଉଠାଇ ନେଇ ଦୁଷ୍କର୍ମ ମାମଲାରେ ଦୋଷୀ ବାରିଆଲ ହାଁସଦାକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ଅନାଦେୟ ଅଧିକ ୬ ମାସ କାରାବାସର ଦଣ୍ଡ ଶୁଣାଇଛନ୍ତି ବାଲେଶ୍ୱର ସ୍ଵତନ୍ତ୍ର ପୋକ୍ସୋ କୋର୍ଟର ମାନ୍ୟବର ଜର୍ଜ ରଞ୍ଜନ କୁମାର ସୁତାର। ଏହାସହ ଦୋଷୀକୁ ମାନ୍ୟବର କୋର୍ଟ ତାକୁ ଜରିମାନା ଦଣ୍ଡ ମଧ୍ୟ ଘୋଷଣା କରିଛନ୍ତି। ଦୋଷୀ ବାରିଆଲ ହାଁସଦାର ଘର ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଥାନା ଅଞ୍ଚଳରେ। ଜଣାପଡ଼ିଛି ଜଣେ ନାବାଳିକାଙ୍କୁ ଚାଳକ ପ୍ରତାରଣା କରି ଉଠାଇ ନେଇ ତାଙ୍କ ସହ ବିବାହର ମିଛ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରାଯାଇଥିଲା। ଏ ମାମଲାରେ ଜଳେଶ୍ୱର ଥାନାରେ ମାମଲା ରୁଜୁ ହୋଇଥିଲା।
ପୋକ୍ସୋ ଆଇନ ଅନୁସାରେ ମାମଲାର ଶୁଣାଣି କାଳରେ ୧୬ ଜଣ ସାକ୍ଷୀ, ୧୯ଟି ଦଲିଲ ଓ ଦସ୍ତାବିଜର ଆଧାରରେ ମାନ୍ୟବର କୋର୍ଟ ଦୋଷୀ ବାରିଆଲ ହାଁସଦାକୁ ଦଣ୍ଡ ଶୁଣାଇଛନ୍ତି। ଏହାକୁ ଦୁଷ୍କର୍ମ ମାମଲାରେ ଏକ ଗୁରୁତର ଦଣ୍ଡର ଦୃଷ୍ଟାନ୍ତ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।