ପଦ୍ମପୁର, ୨୬/୧୨: ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଦଳର ୨୮ତମ ପ୍ରତିଷ୍ଠା ଦିବସ ଉତ୍ସବ ଉତ୍ସାହଭରା ପରିବେଶରେ ପାଳିତ ହୋଇଛି। ବିଧାୟିକା ବର୍ଷା ସିଂ ବରିହାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଳକ୍ ଅଧ୍ୟକ୍ଷ ରଞ୍ଜିତା ସିଂ ବରିହା, ଏନ୍.ଏ.ସି ଅଧ୍ଯକ୍ଷା ସାବିତ୍ରୀ ବାଗ, ଟାଉନ୍ ସଭାପତି ନବ କିଶୋର ସାହୁ, ଓ ବିଜେଡ଼ି ନେତା ରାଜୁ ଘିବେଲା, ମହେଶ୍ବର ପୁରୀ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ନିଜ ବକ୍ତବ୍ୟ ରଖିଥିଲେ। ବିଜୁ ବାବୁଙ୍କ ଫଟୋକୁ ପୁଷ୍ପମାଲ୍ୟ ଅର୍ପଣ ଓ ସ୍ମୃତିଚାରଣର ସହ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଦଳର ପ୍ରତିଷ୍ଠା ଦିବସର ଗୌରବ ଓ ଉଦ୍ଦେଶ୍ୟ ଉପରେ ଆଲୋଚନା ହୋଇଛି। ଦଳର ବରିଷ୍ଠ ନେତା ଓ ଶତାଧିକ କର୍ମୀଙ୍କ ସମାଗମରେ ଏହି ଉତ୍ସବ ଆନନ୍ଦ ଏବଂ ସମର୍ପଣର ସଠିକ ମୂର୍ତ୍ତି ନେଇଛି।
ବିଜୁ ବାବୁଙ୍କ ଉତ୍କଳଗୌରବ ସ୍ମୃତିକୁ ପୁନର୍ଦୃଢ କରିବା ସହ, ତାଙ୍କର ଆଦର୍ଶରେ ଚାଲିବାର ପ୍ରତିଶ୍ରୁତି ଜଣେ ଜଣେ କର୍ମୀ ଗ୍ରହଣ କରିଛନ୍ତି।