Hot Posts

6/recent/ticker-posts

ବଲାଙ୍ଗୀରରେ ସୁଶାସନ ଦିବସ ଉତ୍ସବରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି


ବଲାଙ୍ଗୀର, ୨୫/୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଜିଲାସ୍ତରୀୟ ସୁଶାସନ ଦିବସ ପାଳନ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇ ସ୍ବର୍ଗତ ବାଜପେୟୀଙ୍କ ଉତ୍କୃଷ୍ଟ ନେତୃତ୍ୱ ଓ ସରଳ ଜୀବନଶୈଳୀ ବିଷୟରେ ମନ୍ତବ୍ୟ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।  

କାର୍ଯ୍ୟକ୍ରମରେ ଜିଲାପାଳ ଗୌରବ ଶିଓବାଜୀ ଇସଲଓବାର ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ। କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଜିଲା ପରିଷଦ ସଭାପତି ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ, ଅତିରିକ୍ତ ଜିଲାପାଳ ଡ଼. ବିଜୟାନନ୍ଦ ସେଠୀ ଓ ଅନ୍ୟ ଅଧିକାରୀମାନେ ଅତିଥି ଭାବେ ମଞ୍ଚାସୀନ ଥିଲେ।  

ସମାରୋହରେ ଜିଲାର ଶ୍ରେଷ୍ଠ ବ୍ଳକ, ତହସିଲ ଓ କବିମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହା ସହିତ ଜିଲାର ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ସରକାରୀ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ।  

କାର୍ଯ୍ୟକ୍ରମର ଆରମ୍ଭରେ କବିମାନେ ଉନ୍ମୁକ୍ତ ମନରେ ସ୍ବରଚିତ କବିତା ମାଧ୍ୟମରେ ବାଜପେୟୀଙ୍କ ଜୀବନର ଅନେକ ଦିଗ ଉଲ୍ଲେଖ କରି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅନ୍ତେ, ଅତିରିକ୍ତ ଜିଲାପାଳ ପବିତ୍ର ବେହେରା କୃତଜ୍ଞତା ଜଣାଇ ସମାରୋହ ଶେଷ କରିଥିଲେ।