Hot Posts

6/recent/ticker-posts

ବିବାହ ପାଇଁ ଜିଦ ଧରିଥିଲେ ମହିଳା, ତଣ୍ଟି ଚିପି ହତ୍ୟା କଲା ପ୍ରେମିକ


ଆନନ୍ଦପୁର, ୩୦/୧୨: କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବୈତରଣୀ ନଦୀରେ ଭାସୁଥିବା ଅବସ୍ଥାରେ ମିଳିଥିବା ଏକ ମହିଳାଙ୍କ ମୃତଦେହର ରହସ୍ୟ କୁହେଲା ପୋଲିସ। ତଦନ୍ତ ଫଳରେ ନଦୀରେ ଏହା ହତ୍ୟାକାଣ୍ଡ ଥିବା ସ୍ପଷ୍ଟ ହୋଇଛି। ଆନନ୍ଦପୁର ଥାନା ପୋଲିସ ଆଯ୍ୟ ଜଣକୁ ଅଭିଯୁକ୍ତ ହିସାବରେ ଗିରଫ କରିଥିବାବେଳେ ମୃତ ମହିଳା ମେରୀ ବେଶ୍ରା (୪୬) ଙ୍କ ଚିହ୍ନଟ ହୋଇଛି।  

ଶନିବାର ରାତିରେ ସ୍ଥାନୀୟ ଲୋକେ ବୈତରଣୀ ନଦୀରେ ମହିଳାଙ୍କ ମୃତଦେହ ଭାସୁଥିବା ଦେଖି ଆନନ୍ଦପୁର ପୋଲିସକୁ ତଥ୍ୟ ଜଣାଇଥିଲେ। ମହିଳାଙ୍କ ଦେହରେ ପଥର ବନ୍ଧା ଯାଇଥିବା ଓ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହରେ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ପରେ ଅଭିଯୁକ୍ତ ବାଲକା ଟୁଡୁ (୨୬) ଜଣେ ସ୍ଥାନୀୟ ବାସିନ୍ଦା ଓ ମହିଳାଙ୍କ ପ୍ରେମୀ ରହିଥିବା ଜଣାପଡ଼ିଛି! ଅଭିଯୁକ୍ତ ଏବଂ ମହିଳାଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ରହିଥିଲା। ମହିଳା ବିବାହ ପ୍ରସ୍ତାବରେ ଜିଦ୍‌ କରିବାରୁ ଉଭୟଙ୍କ ମଧ୍ୟରେ ବାକବିତଣ୍ଡ ହୋଇଥିଲା। ତଦୁପରି, ଅଭିଯୁକ୍ତ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା କରି ଏହାକୁ ଲୁଚାଇବା ପାଇଁ ମୃତଦେହକୁ ପଥର ବନ୍ଧି ବୈତରଣୀ ନଦୀରେ ପକାଇଥିଲେ।  

ପୋଲିସ ଘଟଣାସ୍ଥଳରୁ ୨ ଗୋଟି ପଥର, ୨ ଶାଢ଼ି, ଏବଂ ତାଙ୍କ ବାଇକ୍‌କୁ ଜବତ କରିଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ ଆନନ୍ଦପୁର ଥାନାରେ ମାମଲା (୨୦୨୪/୩୫୮) ରୁଜୁ ହୋଇ ତଦନ୍ତ ଜାରି ରହିଛି। ଆନନ୍ଦପୁର ଏସ୍‌ଡିପିଓ ପ୍ରଶାନ୍ତ ବେହେରା ଘଟଣା ରହସ୍ୟ ଉନ୍ମୋଚନର ସୂଚନା ଦେଇଥିବା ସମୟରେ ଅଧିକ ତଦନ୍ତ ଚାଲିଥିବା ଜଣାଇଛନ୍ତି।