Hot Posts

6/recent/ticker-posts

ଭିଡ଼ିଓ କଳ ପରେ ଆତ୍ମହତ୍ୟା: ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ପୋଲିସର ତଦନ୍ତ

 


ଦେବଗଡ଼, ୨୫/୧୨: ଦେବଗଡ଼ ଥାନା ଅନ୍ତର୍ଗତ କଣ୍ଟାପାଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ଯୁବକ ସ୍ବାସ୍ଥ୍ୟକେନ୍ଦ୍ରର ଏକ କଠୋରି ଭିତରେ ପଙ୍ଖାରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ଘଟିଛି। ମୃତକ ବାରକୋଟ ଥାନା ଅନ୍ତର୍ଗତ ଖଜୁରିଖମଣ ଗ୍ରାମର ସଚିନ ବେହେରା (୨୫) ହୋଇଥିବା ଜଣାପଡ଼ିଛି।  

ସୂଚନା ଅନୁସାରେ, ସଚିନ ଏକ ବେଡ୍‌ସିଟ୍‌ ସାହାଯ୍ୟରେ ଫାଶି ଲଗାଇ ଜୀବନ ହରାଇଛନ୍ତି। ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି ଯେ, ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ସଚିନ ଆତ୍ମହତ୍ୟା କରିଥିବା ସମ୍ଭାବନା ରହିଛି।  

ଘଟଣା ସମୟରେ, ସଚିନ କେଉଁ ଏକ ନମ୍ବରକୁ ଭିଡିଓ କଲ୍‌ କରି ଆତ୍ମହତ୍ୟା କରିଥିବା ଖବର ମିଳିଛି। ଏନେଇ, ପୋଲିସ ଘଟଣାସ୍ଥଳରୁ ମୋବାଇଲ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ପ୍ରତି ହସ୍ତାନ୍ତର କରାଯିବ ବୋଲି ପୋଲିସ ଜଣାଇଛି।  

ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଆବରଣ କରିଛି। ମୃତକର ପରିବାର ଏବଂ ମିତ୍ରମାନେ ଏହି ଅପମୃତ୍ୟୁର ଅସଲ ହେତୁ ଦର୍ଶାଇବାକୁ ପୋଲିସଙ୍କ ତଦନ୍ତ ଦିଗରେ ଆଶା ରଖିଛନ୍ତି।