Hot Posts

6/recent/ticker-posts

ବ୍ରହ୍ମପୁରର ଇଲେକ୍ଟ୍ରିକ୍ ଗାଡ଼ି ଶୋରୁମରେ ଅଗ୍ନିକାଣ୍ଡ: ଅନେକ ଗାଡ଼ି ଜଳିଗଲା


ବ୍ରହ୍ମପୁର, ୨୭/୧୨: ବ୍ରହ୍ମପୁର ସହରର ରେଡ୍ଡୀ ଗ୍ୟାରେଜ ଛକ ନିକଟରେ ଥିବା ଏକ ଇଲେକ୍ଟ୍ରିକ୍ ଗାଡ଼ି ଶୋରୁମରେ ଶୁକ୍ରବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଶଟ୍‌ସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି, ଯାହାର ପରିଣାମରେ ଶୋରୁମରେ ଥିବା ଅନେକ ଇଲେକ୍ଟ୍ରିକ୍ ଗାଡ଼ି ଜଳିଯାଇଛି। ଘଟଣାସ୍ଥଳକୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଛନ୍ତି।