କେନ୍ଦୁଝର ୨୬/୧୨:କେନ୍ଦୁଝର ଜିଲାର ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ଶଙ୍ଖଣାଠାରେ ବୁଧବାର କଂଗ୍ରେସର କର୍ମୀ ସମାବେଶ ‘ବନ୍ଧୁମିଳନ’ ନାମରେ ଅନୁଷ୍ଠିତ ହୋଇଛି। ଏହି ସମାବେଶ କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ ମନୋଜ ଜେନାଙ୍କ ସଂଯୋଜନାରେ ଆୟୋଜିତ ହୋଇଥିଲା। ସଭାରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମୁଖ୍ୟ ସମ୍ବୋଧନ କରିଥିଲେ।
ଜୟଦେବ ଜେନା ଭାରତର କେନ୍ଦ୍ର ଓ ରାଜ୍ୟରେ ଭାଜପା ସରକାରର ବିଫଳତା ବିଷୟରେ ତୀବ୍ର ଆକ୍ରୋଶ ବ୍ୟକ୍ତ କରି, ଏହି ସରକାର ଖୁବ୍ଶୀଘ୍ର ଭାଙ୍ଗିଯିବାର ପ୍ରକାଶ କରିଛନ୍ତି। ସେ ଅଧିକ କହିଛନ୍ତି ଯେ, ୨୦୨୫-୨୬ରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ପୁନଃ କେନ୍ଦ୍ରରେ ସରକାର ଗଠନ କରିବାକୁ ସମର୍ଥ ହେବ।
ସମାବେଶରେ କଂଗ୍ରେସର ନିତି-ନିର୍ଦ୍ଦେଶନା, ରାଜ୍ୟର ଅବହେଳିତ ଅବସ୍ଥା, ଓ ଭାଜପା ସରକାରର ବିରୁଦ୍ଧରେ ଜନମତ ଗଠନର ଆବଶ୍ୟକତା ବିଷୟରେ ଆଲୋଚନା ହୋଇଥିଲା।
ସଭାରେ ଯୁବ କର୍ମୀମାନେ ବିଶେଷ ଉତ୍ସାହ ଦେଖାଇଥିଲେ, ଯେଉଁମାନେ ଦଳକୁ ଶକ୍ତିଶାଳୀ କରିବା ଓ ଜନସମର୍ଥନ ଗଠନରେ ସକ୍ରିୟ ଅଭିଭାଗ ନେଇଥିଲେ।