ପଟାଙ୍ଗୀ, ୨୯/୧୨: କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅନ୍ତର୍ଗତ ଘାଟଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ ନିଶାରେ ଧୁତ ସ୍ଵାମୀ ଗାଈ ଗୋରୁ ଚରାଇବାକୁ ଯାଇନଥିବା ନେଇ ଝଗଡା ର ପରିଣାମରେ ସ୍ତ୍ରୀକୁ ପଥର ଏବଂ ଧାରୁଆ ଅସ୍ତ୍ର ଦ୍ବାରା ହତ୍ୟା କରିଛି।
ମୃତକା ତିଲ ଖରା (୬୨) ଓ ଅଭିଯୁକ୍ତ ବାଙ୍ଗୁରୁ ଖରା (୬୫) ଘାଟଗୁଡ଼ା ଗ୍ରାମରେ ଏକ ପାହାଡ଼ରେ ରହୁଥିଲେ। ସ୍ତ୍ରୀ ହାଟରୁ ଫେରି ଦେଖିଥିଲେ ଯେ ସ୍ଵାମୀ ମଦ ପିଇ ଗାଈ ଗୋରୁ ଚରାଇବାକୁ ଯାଇନଥିଲେ। ଏହାକୁ ନେଇ ସ୍ତ୍ରୀ ରାଗିବାରୁ ଗୃହକଳହ ଆରମ୍ଭ ହୋଇଥିଲା। ସ୍ତ୍ରୀଙ୍କ ଦ୍ୱାରା ବାଡ଼ିରେ ବାଡେଇବାରୁ ରାଗି ଯାଇ, ସ୍ଵାମୀ ପ୍ରଥମେ ପଥରରେ ଛେଚି ଏବଂ ପରେ ଧାରୁଆ ଅସ୍ତ୍ର ଦ୍ବାରା ମାରି ଦେଇଥିଲା। ମୃତ ଶରୀର ଗୃହରେ ପଡ଼ି ଥିବା ବେଳେ ଗ୍ରାମବାସୀ ଦେଖି ପଟାଙ୍ଗୀ ପୋଲିସକୁ ସୂଚନା ଦେଇଥିଲେ।
ପୋଲିସ ସ୍ଥଳକୁ ପହଞ୍ଚି ଅଭିଯୁକ୍ତ ବାଙ୍ଗୁରୁ ଖରାକୁ ଗିରଫ କରିଥିଲେ ଓ ମୃତ ଶରୀରଟିକୁ ଜବତ କରି ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ। ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି।
ଏକ ସାମାନ୍ୟ ମୂଳକ ବାଦବିବାଦ ଆଖିରେ ମଦ ନିଶା ଭୟାବହ ରୂପ ନେଇଥିବାର ଏହି ଘଟଣା ଅନ୍ୟମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା।