Hot Posts

6/recent/ticker-posts

ମନ୍ଦିର ରେ ମହା ଲୁଟ: ଚାରି ମନ୍ଦିରରୁ ଠାକୁରଙ୍କ ମୁକୁଟ ଏବଂ ହୁଣ୍ଡି ଧନ ଚୋରି

 


ଉଦଳା, ୨୭/୧୨ : ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଅଞ୍ଚଳରେ ଏକ ମନ୍ଦିର ଲୁଟ୍ ଘଟଣା ସାମ୍ନାକୁ ଆସିଛି। ବିଳମ୍ୱିତ ରାତିରେ ୪ଟି ମନ୍ଦିର – ଲକ୍ଷ୍ମୀ ମନ୍ଦିର, ପାର୍ବତୀ ମନ୍ଦିର, ମଙ୍ଗଳା ମନ୍ଦିର ଏବଂ ଚଣ୍ଡୀ ମନ୍ଦିରରେ ଦୁର୍ବୃତ୍ତମାନେ ପଶି ଠାକୁରଙ୍କ ମୁକୁଟ, ନଥ, ଚିତ୍ତା, ପୂଜା ସାମଗ୍ରୀ ଏବଂ ହୁଣ୍ଡି ଧନ ଲୁଟି ନେଇଛନ୍ତି।  

ସୂଚନା ମୁତାବକ, ଗୁରୁବାର ବିଳମ୍ୱିତ ରାତିରେ ଲୁଟେରାମାନେ ମନ୍ଦିରଗୁଡ଼ିକର ମୁଖ୍ୟ ଗେଟ୍‌ର ତାଲା ଭାଙ୍ଗି ଭିତରକୁ ପଶିଥିଲେ। ଠାକୁରଙ୍କ ମୁକୁଟ, ନଥ, ଚିତ୍ତା ସହିତ ଅନ୍ୟ ଗୌରବ ସାମଗ୍ରୀ ଆଉ ପୂଜା ଉପକରଣ ଲୁଟି ନେବା ସହିତ, ସମସ୍ତ ମନ୍ଦିରର ହୁଣ୍ଡି ବାକ୍ସ ଭାଙ୍ଗି ସେଥିରୁ ଥିବା ଦାନ ଧନରେ ହାତ ମାରିଛନ୍ତି । ଏକ ସାଙ୍ଘାତିକ ଘଟଣାରେ ଏକ ସମୟରେ ୪ଟି ମନ୍ଦିରର ମୂଲ୍ୟବାନ ସାମଗ୍ରୀ ହରାଇବା ସମସ୍ତଙ୍କୁ ହତାଶ କରିଛି।  ଶୁକ୍ରବାର ସକାଳୁ ଏକ ମନ୍ଦିରରେ ପୂଜା କରିବାକୁ ଆସିଥିବା ପୂଜକ ଏହି ଲୁଟ୍‌ ଘଟଣା ଚିହ୍ନଟ କରି ଅନ୍ୟ ପୂଜକମାନଙ୍କୁ ଖବର ଦେଇଥିଲେ। ଏହା ନେଇ ସମସ୍ତ ମନ୍ଦିର କମିଟିର ପକ୍ଷରୁ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରାଯାଇଛି।