Hot Posts

6/recent/ticker-posts

ନୟାଗଡ଼ରେ ଟ୍ରକ୍‌ ଦୁର୍ଘଟଣା: ଚାଳକଙ୍କ ମୃତ୍ୟୁ


ନୟାଗଡ଼, ୨୬/୧୨: ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଞ୍ଚଳର ବାରିହା ପିଟା ଗାଁ ନିକଟରେ ଗୁରୁବାର ଏକ ସିମେଣ୍ଟ ଭରା ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଚାଳକଙ୍କ ମୃତ୍ୟୁ ଘଟିଛି। ବିଶାଖାପାଟଣାରୁ ସୁନ୍ଦରଗଡ଼କୁ ଯାଉଥିବା ଏହି ଟ୍ରକ୍‌ ଏକ କଲଭର୍ଟର ୩୦ ଫୁଟ ତଳକୁ ଖସିଯାଇଥିଲା।ମୃତ ଚାଳକ ଝାଡ଼ଖଣ୍ଡର କୋଡରମା ଜିଲାର ଜିଲୋଡ଼ି ଗାଁର ବୋନେସନ୍‌ ଖାଁ ଥିବା ଜଣାପଡ଼ିଛି। ଟ୍ରକ୍‌ରେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଥିଲା। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି କାଟର ମାଧ୍ୟମରେ ମୃତଦେହକୁ ବାହାର କରିବାକୁ ଉଦ୍ୟମ କରିଥିଲା। ଏହା ସହିତ, ଦଶପଲ୍ଲା ଥାନା ପୋଲିସ ଗଟଠାନାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।  ପୋଲିସ ଦୁର୍ଘଟଣାର କାରଣ ଓ ପରିସ୍ଥିତି ବିଷୟରେ ସଂପୂର୍ଣ୍ଣ ତଥ୍ୟ ଆହରଣ କରିବା ପାଇଁ ତଦନ୍ତ କରୁଛି। ଏହି ଅପରିକଳ୍ପିତ ଦୁର୍ଘଟଣା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦୁଃଖ ପ୍ରକାଶ ହୋଇଛି।