Hot Posts

6/recent/ticker-posts

ଗୁପ୍ତେଶ୍ୱର ଯାତ୍ରା ଘାଟିଲା ଦୁଃଖଦ ସଢକ ଦୁର୍ଘଟଣାରେ, ଚାରି ଜଣ ମୃତ, ୩୦ରୁ ଅଧିକ ଆହତ


ବୈପାରିଗୁଡା, ୨୯/୧୨: ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ଯାତ୍ରା ଘାଟି ହୋଇଗଲା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ। ଗତକାଲି ରାତିରେ ନିଆଳିରୁ ଗୁପ୍ତେଶ୍ୱର ଯାତ୍ରାରେ ଯାଇଥିବା ଏକ ସ୍ଲିପର୍ ବସ୍ ସୁକନାଳ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୫୦ରୁ ଅଧିକ ଶ୍ରଦ୍ଧାଳୁ ଯାହାରୁ ୩୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି ଏବଂ ୪ ଜଣ ନିଜ ଜୀବନ ହାରାଇଛନ୍ତି।  ଦୁର୍ଘଟଣାରେ ଏକ ୧୨ ବର୍ଷର ନାବାଳକର ମୃତ୍ୟୁ ଘଟିଥିବା ସହ ତିନି ଜଣଙ୍କୁ ଅଗ୍ନିଶମ ବାହିନୀ ଗାଡ଼ି ତଳୁ ବାହାର କରିବାକୁ ଯୋଜନା କରୁଛି। ମୃତ୍ୟୁବରଣ କରିଥିବା ଅନ୍ୟ ତିନି ଜଣଙ୍କ ମୃତ ଦେହକୁ ବସ୍‌ରୁ ବାହାର କରାଯାଇଛି। ଗୋଟିଏ ୧୦ ବର୍ଷର ନାବାଳକ ଗୁରୁତର ଆହତ ହୋଇ ତାହାର ଡାହାଣ ଗୋଡ଼ ଏବଂ ହାତ ସଂପୂର୍ଣ୍ଣ କଟିଯାଇଛି

ଦୁର୍ଘଟଣା ସ୍ଥଳରେ ବୈପାରିଗୁଡା ପୁଲିସ, ବିଏସଏଫ ଯବାନ ଏବଂ ଅଗ୍ନିଶମ ବାହିନୀ ମୁତୟନ ହୋଇ ଉଦ୍ଧାର କାର୍ଯ୍ୟ କରୁଛନ୍ତି। ସମସ୍ତ ଗୁରୁତର ଆହତଙ୍କୁ ବୈପାରିଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କର ଚିକିତ୍ସା ଚାଲିଛି।  

ବସ୍‌ର ଭାରସାମ୍ୟ ହରାଇବାର କାରଣ ଉପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଅସବଧାନ ଚାଳନା ଏବଂ ଘାଟିର କାଠିନ୍ୟକୁ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ଅନୁମାନ କରାଯାଉଛି।