Hot Posts

6/recent/ticker-posts

୨୮ ତାରିଖରେ ଭୁବନେଶ୍ୱର ଆସିବେ ଅମିତ ଶାହ, କଳିଙ୍ଗ ଷ୍ଟାଡିୟମରେ କାର୍ଯ୍ୟକ୍ରମର ସମ୍ଭାବନା


ଭୁବନେଶ୍ୱର, ୨୬/୧୨: ଆସନ୍ତା ୨୮ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭୁବନେଶ୍ୱର ଗସ୍ତରେ ଆସିବେ। ଏହା ସମ୍ପର୍କରେ ରାଜ୍ୟ ଭାଜପା ପ୍ରଭାରୀ ବିଜୟ ପାଲ ସିଂ ତୋମାର ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁସାରେ, ଅମିତ ଶାହଙ୍କ ସମ୍ବଲପୁର ଗସ୍ତ ନାହିଁ, ହେଲେ ତାଙ୍କର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାର ସମ୍ଭାବନା ରହିଛି।  

ଭାଜପା କେନ୍ଦ୍ର ନେତୃତ୍ୱ ଏବେ ଓଡ଼ିଶାକୁ ନଜରକୁ ରଖିଛି। ଏହି ପରିପ୍ରେକ୍ଷିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଡିଜିପି ସମ୍ମିଳନୀ ଅବସରରେ ମଧ୍ୟ ଓଡ଼ିଶା ଗସ୍ତ କରିଥିଲେ। ତାଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ସମ୍ମିଳନୀରେ ଯୋଗଦେଇଥିଲେ। ଏକ ମାସ ପରେ ପୁଣିଥରେ ଭୁବନେଶ୍ୱର ଗସ୍ତରେ ଆସୁଥିବା ଶାହଙ୍କ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ଭାବେ ଦେଖାଯାଉଛି।  

ଅମିତ ଶାହଙ୍କ ଏହି ଗସ୍ତ ତଳ ନିର୍ବାଚନକୁ ନଜରରେ ରଖି ସାଜା ଯାଉଥିବା ଭାଜପାର ରଣନୀତିର ଏକ ଅଂଶ ଭାବରେ ଦେଖାଯାଉଛି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମର ସମ୍ଭାବନା ନେଇ ସ୍ଥାନୀୟ ଭାଜପା କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ରହିଛି।