Hot Posts

6/recent/ticker-posts

ସ୍ବାସ୍ଥ୍ୟମନ୍ତ୍ରୀ ଙ୍କ ବଡ଼ ଘୋଷଣା:୨୦୨୫ ରୁ ଓଡିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ


ଭୁବନେଶ୍ବର, ୩୦/୧୨: ଓଡିଶାର ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୋମବାର ରାଜ୍ୟବାସୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ତାଙ୍କ ବୟାନ ଅନୁସାରେ, ୨୦୨୫ ଫେବୃଆରୀରୁ ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ଏହା ସହ ସହ, ରାଜ୍ୟର ସ୍ଵଦେଶୀ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ମଧ୍ୟ ରାଜ୍ୟରେ ପ୍ରତିଷ୍ଠା କରାଯିବ।  

ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ୩.୫ କୋଟି ଲୋକ ଏହି ଯୋଜନାର କାର୍ଡ ପାଇବେ। ଏହି କାର୍ଡ ଦ୍ୱାରା ରାଜ୍ୟବାସୀ ସ୍ବାସ୍ଥ୍ୟ ସେବାକୁ ଅଧିକ ସୁବିଧାରେ ଉପଲବ୍ଧ କରିବାକୁ ସକ୍ଷମ ହେବେ। ଏହା ଫଳରେ ଏକ ନୂଆ ସ୍ୱାସ୍ଥ୍ୟ ବିପ୍ଳବ ତିଆରି ହେବାର ଆଶା କରାଯାଉଛି।  

ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଯୋଜନାର ରୁପାୟଣ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଏକ ନୂତନ ଅଧ୍ୟାୟ ତିଆରି କରିବ। ଏହି ଯୋଜନା ଦ୍ୱାରା ସରକାରୀ ହସ୍ପିଟାଲ ସହ ଏକାଧିକ ନିଜୀ ହସ୍ପିଟାଲରେ ମଫତ ଚିକିତ୍ସା ସୁବିଧା ମିଳିବାର ବିଶ୍ୱାସ ବ୍ୟକ୍ତ କରାଯାଇଛି।