Hot Posts

6/recent/ticker-posts

ଷଣ୍ଢକୁ ବଞ୍ଚାଇବାକୁ ଯାଇ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ, ଚାଳକ ଓ କର୍ମଚାରୀ ଆହତ


ବାଲିପାଟଣା, ୨୮/୧୨:ରାଜଧାନୀ ଉପକଣ୍ଠ ବାଲିପାଟଣା-ରାଜସ ରାସ୍ତାରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ ହୋଇ ଚାଳକ ଓ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି। ଘଟଣା ସ୍ଥଳ ଟିଙ୍କିପଡା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଶନିବାର ଭୋର ସମୟରେ ଘଟିଥିଲା।  

୧୦୮ ଆମ୍ବୁଲାନ୍ସଟି ରୋଗୀ ଆଣିବା ପାଇଁ ଯାଉଥିବା ସମୟରେ ଅଚାନକ ଏକ ଷଣ୍ଢ ଗାଡ଼ି ଆମ୍ବୁଲାନ୍ସର ସାମ୍ନାରେ ଆସିଥିଲା। ଷଣ୍ଢକୁ ଆଘାତ ହେବାରୁ ବଞ୍ଚାଇବାକୁ ଚେଷ୍ଟା କରି ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ରାସ୍ତା କଡ ସଫେଇ କେନାଲକୁ ପଡିଯାଇଥିଲା। ଏହାର ଫଳରେ ଆମ୍ବୁଲାନ୍ସରେ ଥିବା ଚାଳକ ଓ ଅନ୍ୟ କର୍ମଚାରୀ ସାମାନ୍ୟ ଚୋଟ ପାଇଥିଲେ।  ଘଟଣାଟି ଦେଖି ଥିବା ସ୍ଥାନୀୟ ଲୋକେ ତତ୍କ୍ଷଣାତ ପୋଲିସକୁ ଖବର କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଛନ୍ତି। ଏହି ଦୁର୍ଘଟଣା ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।