Hot Posts

6/recent/ticker-posts

ଛାତ୍ର ସଂସଦ ନିର୍ବାଚନ ପୁନର୍ବାର ଆରମ୍ଭ: ଯୁବଶକ୍ତିରେ ଭରସା ରଖିଲେ ମୁଖ୍ୟମନ୍ତ୍ରୀ


କଟକ, ୨୬/୧୨: ୨୦୪-୨୫ ଶିକ୍ଷାବର୍ଷରେ ରାଜ୍ୟରେ ପୁନର୍ବାର ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୨୦୧୮ରୁ ବନ୍ଦ ଥିବା ଛାତ୍ର ନିର୍ବାଚନକୁ ଆଗାମୀ ବର୍ଷରୁ ଆରମ୍ଭ କରାଯିବାକୁ ନେଇ ଉଦ୍‌ବାଦନ କରିଛନ୍ତି ସେ।  

ମୁଖ୍ୟମନ୍ତ୍ରୀ କହିଛନ୍ତି, “ଛାତ୍ର ସଂସଦ ନିର୍ବାଚନ କେବେ ବନ୍ଦ ହେବ ନାହିଁ। କିନ୍ତୁ କିଛି ହୀନ ଚକ୍ରାନ୍ତକାରୀ ପୂର୍ବ ସରକାର ଦ୍ୱାରା ଏହି ନିର୍ବାଚନ ବନ୍ଦ କରାଯାଇଥିଲା। ଅବଶେଷରେ ଆମେ ଯୁବ ଶକ୍ତିର ସଂଗଠନ ଦ୍ୱାରା ବିକଶିତ ଓଡ଼ିଶାର ସପନକୁ ସାକାର କରିବାକୁ ଚାହୁଁଛୁ।"  

ଏସବୁ କଥା ମୁଖ୍ୟମନ୍ତ୍ରୀ ABVP ଅଧିବେଶନରେ ମଞ୍ଚରୁ କହିଥିଲେ। ସେ ଯୁବ ଶକ୍ତିକୁ ରାଷ୍ଟ୍ର ପୁନର୍ନିର୍ମାଣ ପାଇଁ ଏକାଠି ହେବାକୁ ଆହ୍ବାନ କରିଥିଲେ। ତାଙ୍କ କଥାମତେ, ୨୦୩୬ ପାଇଁ ଏକ ସ୍ୱପ୍ନ ସାଜି ଦେଖାଯାଇଛି, ଯେଉଁଥିରେ ଯୁବ ସମ୍ପ୍ରଦାୟର ଅବଦାନ ନିର୍ଣ୍ୟାତ୍ମକ ହେବ।