ନୂଆଦିଲ୍ଲୀ, ୩୦/୧୨: ପାକିସ୍ତାନ ଏବଂ ଆଫଗାନିସ୍ତାନର ମଧ୍ୟରେ ତୀବ୍ର ସଂଘର୍ଷ ଚାଲିଛି। ଡୁରାଣ୍ଡ ସୀମାରେ ଦୁଇଦିନ ତଳ ଘଟୁଥିବା ଏହି ଅସନ୍ତୋଷ ଏବେ ମହାକାଳର ରୂପ ନେଇଛି। ଗତ ସପ୍ତାହରୁ ଦୁଇ ଦେଶରେ ଜାରି ଥିବା ଗୋଳାବରୁଦର ଖେଳ ଏକ ମହାକଳପରିସ୍ଥିତିକୁ ଆଣିଛି।
ସୋମବାର ପାକିସ୍ତାନ ଆଫଗାନିସ୍ତାନର ୮ ଜଣ ନାଗରିକଙ୍କୁ ହତ୍ୟା କରିଛି, ଯେତେବେଳେ ୧୩ ଜଣ ଆଫଗାନି ଆହତ ହୋଇଛନ୍ତି। ପାକିସ୍ତାନର ଏୟାର ଷ୍ଟ୍ରାଇକ ଏବଂ ମୋର୍ଟାର ମାଡ଼ ପରେ ସ୍ଥିତି ଅତି ସଙ୍କଟଜନକ ହୋଇଯାଇଛି। ଶନିବାର ପାକିସ୍ତାନ ପାଖ୍ତିଆର ଏକ ମସଜିଦ ଉପରେ ମୋର୍ଟାର ମାଡ଼ କରିଥିଲା, ଯେଉଁଥିରେ ୩ ଜଣ ନାଗରିକ ପ୍ରାଣ ହରାଇଥିଲେ।
ଏହାର ପ୍ରତିଶୋଧରେ ତାଲିବାନ ସେନା ପାକିସ୍ତାନ ସୀମାକୁ ପଛକୁ ତଢ଼ି ଦୁଇଟି ଚେକପୋଷ୍ଟ ଦଖଲ କରି ଉଡାଇ ଦେଇଛି। ଏହି ସଂଘର୍ଷରେ ପାକିସ୍ତାନର ୧୯ ଜଣ ସୈନିକ ମୃତ୍ୟୁ ବରଣ କରିଛନ୍ତି। ଏହା ସହିତ ଅନେକ ଅନ୍ୟ ସୈନିକ ଜୀବନ ରକ୍ଷା ପାଇଁ ପଳାଇ ଯାଇଥିଲେ।
ତାଲିବାନର ଅଭିଯୋଗ ମୁତାବକ, ପାକିସ୍ତାନ ଲଗାତାର ନିର୍ଦ୍ଦୋଷ ନାଗରିକଙ୍କୁ ଟାର୍ଗେଟ କରୁଛି। ଆଫଗାନ ନାଗରିକମାନେ ଏବେ ଅନ୍ତରାଷ୍ଟ୍ରୀୟ ହସ୍ତକ୍ଷେପର ଦାବି କରିଛନ୍ତି। ସୀମା ଅଞ୍ଚଳରେ ଲଗାତାର ଗୋଳାବରୁଦ ଓ ଆକ୍ରମଣ ଯୁଦ୍ଧ ପରିସ୍ଥିତିକୁ ଆଣିବାର ସଙ୍କେତ ଦେଉଛି।