ସୋନପୁର, ୩୧/୧୨:ସୁବର୍ଣ୍ଣପୁର ସହର କଲେଜ ରାସ୍ତାରେ ଏକ ଦୁଃଖଦ ଦୁର୍ଘଟନା ଘଟିଛି। ଏକ ବାଇକ ଆରୋହୀ ଗଛକୁ ଧକ୍କା ଦେଇ ଗୁରୁତର ଆଘାତ ପାଇ ମଙ୍ଗଳବାର ସକାଳେ ମୃତ୍ୟୁବରଣ କରିଛନ୍ତି। ମୃତ ଯୁବକଙ୍କ ପ୍ରକୃତ ନାମ ଓ ପରିଚୟ ସ୍ପଷ୍ଟ ହୋଇପାରିନାହିଁ, କିନ୍ତୁ ତାଙ୍କ ଘର ଛତିଶଗଡ଼ ଅଞ୍ଚଳରେ ଥିବା ଜଣାଯାଇଛି। ଅନୁମାନ କରାଯାଇଛି ଯୁବକ ବୌଦ୍ଧ ଜିଲାରୁ ଗଞ୍ଜେଇ କିଣି ବାଇକ ଯୋଗେ ଛତିଶଗଡ଼କୁ ଚାଲାଣ କରୁଥିଲେ।
ଦୁର୍ଘଟନା ସ୍ଥଳରେ ତଦନ୍ତ କାର୍ଯ୍ୟାନୁଷ୍ଠାନ କରିଥିବା ପୁଲିସ ତାଙ୍କ ପାଖରୁ ପ୍ରାୟ ୪ କିଲୋ ଗଞ୍ଜେଇ ଜବତ କରିଛି। ଏ ସମ୍ପର୍କରେ ସୋନପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଘଟଣା ନେଇ ତଦନ୍ତ ଜାରି ରହିଛି।