Hot Posts

6/recent/ticker-posts

ନୂଆବର୍ଷରେ ମୁଖ୍ୟମନ୍ତ୍ରୀଙ୍କୁଠାରୁ ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଭେଟି : ମାଧୋ ସିଂ ହାତଖର୍ଚ୍ଚ ଯୋଜନା ଶୁଭାରମ୍ଭ


ଭୁବନେଶ୍ୱର, ୩୧/୧୨: 
ନୂଆବର୍ଷ ଉପଲକ୍ଷେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ପ୍ରୋତ୍ସାହନ ଦେବାକୁ ମୋହନ ସରକାର ନୂତନ ଯୋଜନା ଆରମ୍ଭ କରିବ। ଆଗାମୀ ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀ  ମାଧୋ ସିଂ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ କରିବେ, ଯାହା ଅଧୀନରେ ଜନଜାତି ଛାତ୍ରୀଛାତ୍ରମାନଙ୍କୁ ବାର୍ଷିକ ୫ ହଜାର ଟଙ୍କା ପ୍ରୋତ୍ସାହନ ଦିଆଯିବ |ଆଦିବାସୀ ଅଞ୍ଚଳରେ ଡ୍ରପାଉଟ୍ ହାର ଅଧିକ ହେବାରୁ ପିଲାମାନଙ୍କୁ ଶିକ୍ଷା ପ୍ରତି ଆକର୍ଷିତ କରିବା ଏବଂ ତାଙ୍କୁ ପଢ଼ାଶୁନାରେ ରଖିବା ପାଇଁ ଏହି ଯୋଜନାକୁ ଆଣାଯାଇଛି। ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ଛାତ୍ରୀଛାତ୍ରୀମାନଙ୍କୁ ଏହି ପ୍ରୋତ୍ସାହନ ରାଶି ଦିଆଯିବ 

ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ କହିଛନ୍ତି ଯେ ଏହି ଯୋଜନା ଆଦିବାସୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ୍ କୁ ଅନେକ ଦୂର ପର୍ଯ୍ୟନ୍ତ ଆଗେଇ ନେବ। ସେମାନେ ଆଗ୍ରହରେ ସ୍କୁଲକୁ ଯିବେ ଏବଂ ନିଜ ଶିକ୍ଷାରେ ଧ୍ୟାନ ଦେବେ।

ଗତ ବର୍ଷରେ ରାଜ୍ୟ ବଜେଟରେ ମୁଖ୍ୟମନ୍ତ୍ରୀ ଏହି ଯୋଜନା ଘୋଷଣା କରିଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜନଜାତି ଶିକ୍ଷାରେ ଆଗକୁ ବଢ଼ାଇ ନିବା ଏବଂ ଏକ ସାକାରାତ୍ମକ ପରିବର୍ତ୍ତନ ଆଣିବା।