Hot Posts

6/recent/ticker-posts

ସୁସ୍ଥ ହେଇ ଭୁବନେଶ୍ୱର ଫେରିଲେ ପ୍ରତାପ ଷଡ଼ଙ୍ଗୀ, ବିଜେପିର ନୂଆ ଟିମ ଗଠନ ହେବ


ଭୁବନେଶ୍ୱର, ୩୧/୧୨:ଦିଲ୍ଲୀସ୍ଥିତ ଏକ ହସ୍ପିଟାଲରେ ସପ୍ତାହରୁ ଅଧିକ ସମୟ ଧରି ଚିକିତ୍ସାରତ ରହିବା ପରେ ବିଜେପିର ଜଣେ ବରିଷ୍ଠ ନେତା ଓ ସାଂସଦ ପ୍ରତାପ ଷଡ଼ଙ୍ଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସୋମବାର ଭୁବନେଶ୍ୱରକୁ ଫେରିଛନ୍ତି। ତାଙ୍କର ଫେରିବା ସହିତି ଦଳର ଭିତରେ ସଂଗଠନ ରୂପେ ରାଜ୍ୟ ସ୍ତରରେ ନୂଆ ପଦକ୍ଷେପ ନେବାର ସୂଚନା ମିଳିଛି।  ଜାନୁଆରୀ ମାସରେ ଦଳର ରାଜ୍ୟ ସଭାପତି ବଦଳ ହେବ ଓ ନୂଆ ସଭାପତି ଦାୟିତ୍ୱ ଗ୍ରହଣ କରିବେ ବୋଲି ଷଡଙ୍ଗୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏବକାର ଟିମ୍‌ରେ ଅଂଶ ଗ୍ରହଣ କରୁଥିବା କିଛି ଲୋକ ନୂଆ ଟିମ୍‌ରେ ମଧ୍ୟ ରହିପାରନ୍ତି।  

ସଂଗଠନ ତଳସ୍ତରରୁ ଶୁରୁ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ଆଗକୁ ବଦଳାଯିବ। ବୁଥ୍‌ ଓ ମଣ୍ଡଳ ସ୍ତରରେ ନୂଆ ଟିମ୍‌ ଗଠନ ପ୍ରକ୍ରିୟା ଚାଲିଛି। ଏହା ପରେ ଜିଲ୍ଲା ସଭାପତି ଓ ରାଜ୍ୟ ସଭାପତିଙ୍କ ଚୟନ ହେବ। ନୂଆ ସଭାପତିଙ୍କ ନେତୃତ୍ୱରେ ଦଳ ପଞ୍ଚାୟତ ନିର୍ବାଚନ ଲଢ଼ିବ।  

ବିଜେପିର ସାଂଗଠନିକ ନିର୍ବାଚନ ଅଧିକାରୀ ଥିବା ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ଜାନୁଆରୀ ମାସ ସମ୍ପୂର୍ଣ୍ଣ ହେବା ପୂର୍ବରୁ ଏହି ପଦକ୍ଷେପ ଗ୍ରହଣ କରାଯିବ।