Hot Posts

6/recent/ticker-posts

ରାଜ୍ୟରେ ବର୍ଷା ଯୋଗୁଁ ଚାଷୀ ଙ୍କ କ୍ଷୟ କ୍ଷତି: ମୁଖ୍ୟମନ୍ତ୍ରୀ କରିବେ ଉଚ୍ଚସ୍ତରୀୟ ବୈଠକ


ଭୁବନେଶ୍ବର, ୨୮/୧୨:ରାଜ୍ୟରେ ଅବିରତ ବର୍ଷାର ପ୍ରଭାବରୁ ଫସଲହାନୀ ଓ ଚାଷୀଙ୍କ କ୍ଷୟକ୍ଷତି ନେଇ ଆଜି ଅପରାହ୍ନ ୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେତ୍ରୃତ୍ୱରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, କୃଷି ମନ୍ତ୍ରୀ, ସମବାୟ ମନ୍ତ୍ରୀ, ଏବଂ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ରହିବେ। ଏହାସହ ମୁଖ୍ୟ ଶାସନ ସଚିବ ମଧ୍ୟ ବୈଠକରେ ଅଂଶଗ୍ରହଣ କରିବେ।  

ରାଜ୍ୟର ଅଧିକାଂଶ ଜିଲ୍ଲାରୁ କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ ଆସିଥିବା ବେଳେ, ଏଯାଏ ୭୫ ହଜାର ଚାଷୀଙ୍କ ନିମ୍ନ ସମସ୍ୟା ଓ ଫସଲହାନୀ ବିଷୟରେ ଅଭିଯୋଗ ମିଳିଛି। ଆଜିର ବୈଠକରେ ଚାଷୀମାନଙ୍କୁ ସହାୟତା ପ୍ରଦାନ ନିମନ୍ତେ ନିଷ୍ପତ୍ତି ଗ୍ରହଣ ହେବ। ବିଭିନ୍ନ ଫସଲ ବୀମା ଯୋଜନାରେ ଚାଷୀମାନଙ୍କୁ ଶାମିଲ କରିବା ଓ ସେମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ବୀମା କମ୍ପାନିମାନଙ୍କୁ ସମ୍ପୃକ୍ତ କରିବା ଉପରେ ମଧ୍ୟ ଆଲୋଚନା ହେବ।  

ଜିଲ୍ଲା ପ୍ରଶାସନକୁ ଗତକାଲି କ୍ଷୟକ୍ଷତି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଅଧିକାଂଶ ରିପୋର୍ଟ ଆସିଥିବାରୁ, କେତେ ଚାଷୀ ଫସଲ ବୀମାର ଲାଭ ଉଠାଇବେ ଏହାର ନିଷ୍ପତ୍ତି ଆଜିର ବୈଠକରେ ନିଆଯିବ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏହି ବୈଠକର ଫଳରୁ ଚାଷୀମାନଙ୍କ ଆବଶ୍ୟକ ସହାୟତା ଦ୍ରୁତ ହେବାର ଆଶା ବ୍ୟକ୍ତ କରାଯାଇଛି।