ଭୁବନେଶ୍ୱର, ୨୫/୧୨: ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି ଯେ ଜାନୁଆରୀ ମାସ ଶେଷ ପୂର୍ବରୁ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଥମ ପର୍ଯ୍ୟାୟର ଚତୁର୍ଥ କିସ୍ତିର ଟଙ୍କା ପଠାଯିବ। ଏଥି ପରେ ଦ୍ୱିତୀୟ କିସ୍ତି ମାର୍ଚ୍ଚ ମାସରେ ଆରମ୍ଭ ହେବ।
ଏହି ଯୋଜନା ଅଧିନରେ ୮୦ ଲକ୍ଷ ମହିଳା ପ୍ରଥମ ପର୍ଯ୍ୟାୟର ପୂର୍ବତନ ତିନୋଟି କିସ୍ତିରେ ଲାଭ ଉଠାଇଛନ୍ତି। ଆଗକୁ ଚତୁର୍ଥ ପର୍ଯ୍ୟାୟରେ ଅଧିକ ହିତାଧିକାରୀଙ୍କ ଯୋଗ୍ୟତା ଯାଞ୍ଚ କରି ସମସ୍ତ ପ୍ରସ୍ତୁତି ନିଆଯାଇଛି। ଏଥିକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ପୂର୍ବରୁ ଘୋଷଣା କରିଥିଲେ।
ସରକାର ପ୍ରତ୍ୟେକ ଜିଲ୍ଲାରେ ମନ୍ତ୍ରୀମାନଙ୍କୁ ପଠାଇ ସର୍ଭେ କାର୍ଯ୍ୟ ଚାଲୁ ରଖିଛି। ଜମି ବିବାଦ ଏବଂ କାଗଜପତ୍ର ଯାଞ୍ଚ ପରେ ହିତାଧିକାରୀମାନେ ସୁଭଦ୍ରା ଯୋଜନାର ସମସ୍ତ ଲାଭ ଉଠାଇ ପାରିବେ।