Hot Posts

6/recent/ticker-posts

ରାଜ୍ୟରେ ଲ’ କମିସନ ଗଠନ: ସୁଶାସନ ପ୍ରତିଷ୍ଠା ପାଇଁ ଆଇନ ଖୋଜିବ


ଭୁବନେଶ୍ବର, ୨୮/୧୨:ରାଜ୍ୟରେ ଆଇନ ଏବଂ ନୀତି ନିୟମର ପ୍ରକୃତ ପରିବର୍ତ୍ତନ ପାଇଁ ଲ’ କମିସନ ଗଠନ କରାଯାଇଛି। ସୁଶାସନ ପ୍ରତିଷ୍ଠାରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଜଣାଇଛନ୍ତି। ଏହି କମିସନରେ ଜଣେ ଆଇନ ଶିକ୍ଷା ପ୍ରଫେସରଙ୍କୁ ମଧ୍ୟ ସଦସ୍ୟ ଭାବେ ଶାମିଲ କରାଯାଇଛି।  

କେନ୍ଦ୍ର ସରକାରର ଢାଞ୍ଚାକୁ ଧ୍ୟାନରେ ରଖି ରାଜ୍ୟରେ ଏହି କମିସନ ଗଠନର ଆବଶ୍ୟକତା ଥିଲା ବୋଲି ଆଇନମନ୍ତ୍ରୀ କହିଛନ୍ତି। ଏହା ଅଦରକାରୀ ଆଇନଗୁଡ଼ିକୁ ଖୋଜି ବାହାର କରିବା, ଦରକାରୀ ନୀତି ତର୍ଜମା କରିବା, ନିୟମର ପରିବର୍ତ୍ତନ, ଏବଂ ଆବଶ୍ୟକ ସଂଶୋଧନ କରିବା ଲକ୍ଷ୍ୟରେ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବ।  

ଆଇନମନ୍ତ୍ରୀ କହିଛନ୍ତି ଯେ, ଏଭଳି ଏକ କମିସନ ଗଠନ ପାଇଁ ୨୦୧୮ରୁ ଆବଶ୍ୟକତା ଅନୁଭବିତ ହେଉଥିଲା। ଏବେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏହା ଗଠିତ ହୋଇଛି। କମିସନ ଆବଶ୍ୟକ ସୁପାରିଶ କରିବ ଯାହାର ଆଧାରରେ ରାଜ୍ୟ ସରକାର ପରବର୍ତ୍ତୀ ନିଷ୍ପତ୍ତି ନେବ।  

ଆଇନମନ୍ତ୍ରୀ କହିଛନ୍ତି ଯେ, ଏହି କମିସନ ରାଜ୍ୟରେ ସୁଶାସନ ପ୍ରତିଷ୍ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ରାଜ୍ୟର ଆଇନ ଏବଂ ନୀତିଗୁଡ଼ିକୁ ଅଧିକ ଦୃଢ଼ କରିବାକୁ ସାହାଯ୍ୟ କରିବ।