Hot Posts

6/recent/ticker-posts

ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଭାଙ୍ଗି ଦେଲା ସ୍କୁଲ ପାଚେରୀ


ବଣାଇଁ, ୩୦/୧୨: ସୁନ୍ଦରଗଡ଼ ଜିଲାର ବନଖଣ୍ଡ ଅଞ୍ଚଳରେ ଥିବା ଏକ ରେଡିଓକଲାର ଲାଗିଥିବା ହାତୀ ସ୍ଥାନୀୟ ଗାଁମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଗତ ଦୁଇ ଦିନ ତଳେ ବରସୁଆଁ ବନଖଣ୍ଡରେ ଦେଖାଦେଇଥିବା ଏହି ଦନ୍ତା ରବିବାର କେ.ବଲାଙ୍ଗ ସେକ୍ସନର କରେଇଚୁଆଁ ଗାଁରେ ପଶି ତାଣ୍ଡବ ରଚିଥିଲା।  

ସମ୍ପୃକ୍ତ ହାତୀଟି ଗାଁରେ ପଶି ଏକ ସ୍କୁଲର ପାଚେରୀ ଭାଙ୍ଗିଦେଇଥିବା ସହିତ ନିକଟସ୍ଥ ଖଳାରେ ଥିବା ଧାନକୁ ମାଳି ଦେଇଥିଲା। ଏହି ଦନ୍ତାର ଦେହରେ ଥିବା ରେଡିଓକଲାର ଯନ୍ତ୍ର ମାଧ୍ୟମରେ ବନ ବିଭାଗ ଟ୍ରାକିଂ କରୁଥିଲେ, ତଥାପି ହାତୀ ଉବଦ୍ରବ କମାଇବାରେ ବନ ବିଭାଗ ବିଫଳ ହୋଇଛି।  

ସମ୍ପୃକ୍ତ ହାତୀ ଗତ କିଛି ଦିନ ତଳେ କୋଇଡ଼ାରେ ଜଣେ ବ୍ୟକ୍ତିଙ୍କୁ ଦଳି ମାରିଥିଲା। ଏହା ବହୁ ଆଗରୁ ଗୁରୁଣ୍ଡିଆ କଣ୍ଟାପାଲିରେ ଦୁଇ ଶିଶୁଙ୍କ ଜୀବନ ନେଇଥିବା ଅଭିଯୋଗ ମିଳିଛି। ଏହା ନେଇ ସ୍ଥାନୀୟ ଲୋକମାନେ ବନ ବିଭାଗର ପାଟ୍ରୋଲିଂ ବ୍ୟବସ୍ଥାରେ ଅସନ୍ତୋଷ ପ୍ରକାଶ କରିଛନ୍ତି।  

ସରକାର ହାତୀ ଟ୍ରାକିଂ ଓ ସୁରକ୍ଷା ପାଇଁ ବ୍ୟାପକ ଅର୍ଥ ଖର୍ଚ୍ଚ କରୁଥିବା ବେଳେ, ହାତୀ ଗାଁରେ ପଶି କ୍ଷତି କରିବା ଏବଂ ମଣିଷଙ୍କୁ ମାରିବାରେ ବନ ବିଭାଗର ପଦକ୍ଷେପକୁ ନେଇ ଏବେ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକମାନେ ତଦନ୍ତ କରି ତତ୍କାଳ କାର୍ଯ୍ୟପଦକ୍ଷେପ ନେବାକୁ ଆବଶ୍ୟକତା ଉଠାଇଛନ୍ତି।