Hot Posts

6/recent/ticker-posts

ଚୋର ଙ୍କ ଟାର୍ଗେଟ ରେ ଶିବ ମନ୍ଦିର, ଲୁଟି ନେଲେ ଅନେକ ମୂର୍ତ୍ତି

 


ସୁବର୍ଣ୍ଣପୁର:-  ମନ୍ଦିର ଚୋରଙ୍କ ଟାର୍ଗେଟରେ ପଡ଼ିଲା ଗୋଧନେଶ୍ୱର ମନ୍ଦିର। ଶୈବ ପୀଠ ଭାବେ ପ୍ରସିଦ୍ଧ ଏହି ମନ୍ଦିରରୁ ଦୁର୍ବୃତ୍ତ ମୂଳ ନାଗ ମୂର୍ତ୍ତି ସହ ୭ଟି ଅନ୍ୟାନ୍ୟ ମୂର୍ତ୍ତି ଚୋରି କରିନେଲେ। ଘଟଣାରୁ ଶୁକ୍ରବାର ରାତିରେ ଘଟିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଶୈବ ପୀଠର ପୂଜକ ଶୁକ୍ରବାର ସନ୍ଧ୍ୟାରେ ମନ୍ଦିରର ତାଲା ଲଗାଇ ଘରକୁ ଫେରିଥିଲେ। ଶନିବାର ସକାଳେ ମନ୍ଦିର ଖୋଲିବାକୁ ଆସିଲେବେଳେ ମନ୍ଦିରର ମୁଖ୍ୟ ଫାଟକର ତାଲା ଭଙ୍ଗା ଅବସ୍ଥାରେ ଥିବା ଦେଖି ଭିତରକୁ ପହଞ୍ଚିଥିଲେ। ଭିତର ଯାଇ ମୁଖ୍ୟ ନାଗ ମୂର୍ତ୍ତି ସହ ଅନ୍ୟାନ୍ୟ ମୂର୍ତ୍ତି ହାରାଇଥିବା ଦେଖି ପୂଜକ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। 

ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିବା ସୁବଳୟା ପୋଲିସ ମଣ୍ଡଳ ଘଟଣାର ତଦନ୍ତ ଆରମ୍ଭ କରିଛି। ମୂର୍ତ୍ତିଗୁଡ଼ିକର ହାତିଆ ଓ ଚୋରଙ୍କ ଚିହ୍ନଟ ପାଇଁ ସ୍ଥାନୀୟ ଅଞ୍ଚଳରେ ତଦନ୍ତ ଜୋରଦାର କରାଯାଇଛି। 

ପୁରାତନ ଓ ଏତିହାସିକ ମୂର୍ତ୍ତିଗୁଡ଼ିକ ଚୋରି ହୋଇଥିବାରୁ ଅଞ୍ଚଳବାସୀ ମଧ୍ୟ ଉତ୍କଣ୍ଠିତ ଓ ଦୁଃଖିତ ଅଟନ୍ତି। ସମ୍ପର୍କିତ ଅଧିକାରୀମାନେ ଜରୁରି ସୂଚନା ପାଇବାକୁ ଆଗ୍ରହ ଜଣାଇଛନ୍ତି।