ଭୁବନେଶ୍ୱର, ୯ ଡିସେମ୍ବର: ଓଡ଼ିଶାର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଜେଡ୍+ ସୁରକ୍ଷା ଯୋଗାଇ ଦିଆଯାଇଥିବା ବେଳେ, ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ଓ୍ବାଇ+ ସୁରକ୍ଷା ପ୍ରଦାନ କରାଯାଇଛି। ଏହି ସୂଚନା ବିଧାନସଭାରେ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଛନ୍ତି। ସେ ତଥ୍ୟ ଦେଇ କହିଛନ୍ତି ଯେ ରାଜ୍ୟରେ କୌଣସ ଅଧିକାରୀଙ୍କୁ ଏହି ଶ୍ରେଣୀ ସୁରକ୍ଷା ଯୋଗାଇ ଦିଆଯାଇନାହିଁ।
କଂଗ୍ରେସ ବିଧାୟକ ପବିତ୍ର ସାଉନ୍ତାର ଏକ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଗତ ୧୦ ବର୍ଷରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସଂସ୍ଥାମାନଙ୍କ ଦ୍ୱାରା ହୋଇଥିବା ଅନୁସନ୍ଧାନ ସମ୍ପର୍କରେ ସରକାର ପୂର୍ଣ୍ଣ ତଥ୍ୟ ସଂଗ୍ରହ କରୁଛି। ଏହାସହ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି ଯେ, ଚଳିତ ବର୍ଷ ଅକ୍ଟୋବରରେ ବିରୋଧୀ ଦଳ ନେତାଙ୍କ ସୁରକ୍ଷାକୁ ଜେଡ୍+ ରୁ ହ୍ରାସ କରି ଓ୍ବାଇ+ କରାଯାଇଛି। ରାଜ୍ୟରେ ଏହି ସୁରକ୍ଷା ପାଇଥିବା ଏକମାତ୍ର ବ୍ୟକ୍ତି ହେଲେ ନବୀନ ପଟ୍ଟନାୟକ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାଜ୍ୟରେ ଆପତ୍ତିକର ସ୍ଥିତି ଏବଂ ଘଟଣାର ଗୁରୁତ୍ୱ ଭିତ୍ତିକରେ ଏହି ସୁରକ୍ଷା ବ୍ୟବସ୍ଥା ଚାଲୁ ରଖାଯାଉଛି।