Hot Posts

6/recent/ticker-posts

ତହସିଲ ଅଫିସରେ ଓକିଲ-କର୍ମଚାରୀଙ୍କ ମଧ୍ୟରେ ବିବାଦ, ପ୍ରତିବାଦ ରେ କାର୍ଯ୍ୟ ବନ୍ଦ

 


ବଲାଙ୍ଗୀର, ୧୩ ଡିସେମ୍ବର:-ବଲାଙ୍ଗୀର ତହସିଲ ଅଫିସରେ ଆରଓଆର ସାର୍ଟିଫାଏଡ୍ କପି ମାଗିବାକୁ ନେଇ ଗୁରୁବାର ଓକିଲ ଓ କର୍ମଚାରୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହି ଘଟଣା ପରେ ତହସିଲ କର୍ମଚାରୀମାନେ କାର୍ଯ୍ୟ ବନ୍ଦ ଘୋଷଣା କରି ଶୁକ୍ରବାର ମଧ୍ୟ ତାହା ଜାରି ରଖିଥିଲେ। ଘଟଣାର ତତ୍ତ୍ୱାନୁସନ୍ଧାନ କରିବାକୁ ଉପଜିଲାପାଳ ଘଟଣାସ୍ଥଳକୁ ପହଞ୍ଚିଥିଲେ।  

ସୂଚନା ଅନୁଯାୟୀ, ଗୁରୁବାର ଦୁଇ ଓକିଲ—ପ୍ରଭାସ ମିଶ୍ର ଓ ଡୋଲାମଣି ପ୍ରଧାନ ତହସିଲ ଅଫିସକୁ ସାର୍ଟିଫାଏଡ୍ କପି ପାଇଁ ଯାଇଥିଲେ। ସେଠାରେ ତହସିଲଦାର ଓ ଅନ୍ୟ କୌଣସି ଅଧିକାରୀ ଉପଲବ୍ଧ ନଥିବାରୁ ମୁଖ୍ୟ କିରାଣି ରୀନା ପାଣିଗ୍ରାହୀଙ୍କୁ ସେମାନେ ଏହି ବିଷୟରେ ପଚାରିଥିଲେ। କିନ୍ତୁ ସେ କୌଣସି ସ୍ପଷ୍ଟ ଉତ୍ତର ଦେଇ ପାରିନଥିବାରୁ ଓକିଲ ଓ କିରାଣିଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା। ଏହା ଆସ୍ତେ ଆସ୍ତେ ଉଚ୍ଚବାଚରେ ପରିଣତ ହୋଇଥିଲା।  

ଏହା ପରେ ଉଭୟ ପକ୍ଷ ପରସ୍ପର ବିରୋଧରେ ଦୁର୍ବ୍ୟବହାରର ଅଭିଯୋଗ ଲଗାଇଥିଲେ। ଘଟଣା ପରିଦୃଶ୍ୟରେ ତହସିଲ କର୍ମଚାରୀ ଅଫିସ ବନ୍ଦ କରି ବାରଣ୍ଡାରେ ପ୍ରତିବାଦ ଜାରି ରଖିଥିଲେ। ଅନ୍ୟପକ୍ଷରେ, ଓକିଲ ସଂଘ ମଧ୍ୟ ଏହି ଘଟଣାକୁ ଗୁରୁତ୍ୱ ଦେଇ ଆନ୍ଦୋଳନ କରିବାକୁ ସଜ୍ଜ ହୋଇଥିଲା।  

ଦ୍ୱିତୀୟ ଅଭିଯୋଗ:- ଉପଜିଲାପାଳଙ୍କ ଅଧିନେ ଦୁଇ ପକ୍ଷଙ୍କ ସହ କଥା ହୋଇଛି, ଯାହା ଫଳରେ ଗୋଟିଏ ସମାଧାନ ଖୋଜିବା ଚେଷ୍ଟା ହୋଇଥିଲା। ଏପରି ସମୟରେ ଟାଉନ୍‌ ଥାନାରେ ଉଭୟ ପକ୍ଷଙ୍କ ବିରୋଧରେ ମାମଲା ରୁଜୁ ହୋଇଛି (୮୫୯ ଓ ୮୬୦/୨୪)।

ସାଧାରଣ ଲୋକଙ୍କ ଅସୁବିଧା:ଏହି ଘଟଣା ଫଳରେ ଅନେକ ସାଧାରଣ ଲୋକଙ୍କ କାର୍ଯ୍ୟ ବାଧାଗ୍ରସ୍ତ ହୋଇଥିଲା। ସେମାନଙ୍କ ମଧ୍ୟରେ ଅସନ୍ତୋଷ ଜନ୍ମିଛି।