ବାରିପଦା :- ଶିମିଳିପାଳ ଅଭୟାରଣ୍ୟରୁ ଝାଡ଼ଖଣ୍ଡର ଜଙ୍ଗଲକୁ ଗତ ରବିବାର ରାତିରେ ଯାତ୍ରା କରିଥିବା ମହାବଳ ବାଘୁଣୀ ‘ଜିନ୍ନତ’ ଏବେ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇପଡ଼ିଛି। ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଆଣାଯାଇଥିବା ଏହି ବାଘୁଣୀକୁ ବଂଶ ବୃଦ୍ଧି ଉଦ୍ଦେଶ୍ୟରେ ଶିମିଳିପାଳରେ ଛଡ଼ାଯାଇଥିଲା। କିନ୍ତୁ, ଏହା ନିଜ ସୀମା ଛାଡ଼ି ଏବେ ଝାଡ଼ଖଣ୍ଡର ଜଙ୍ଗଲକୁ ପହଞ୍ଚିଛି।
2023 ମସିହାରେ ନଭେମ୍ବର 14ରେ ମହାରାଷ୍ଟ୍ରରୁ ଆଣାଯାଇଥିବା ବାଘୁଣୀ ଜିନ୍ନତକୁ ଶିମିଳିପାଳରେ ସଫ୍ଟ ଏନ୍କ୍ଲୋଜରରେ ମୁକ୍ତ ଅବସ୍ଥାରେ ଛଡ଼ାଯାଇଥିଲା। ଏହା ପରେ ନଭେମ୍ବର 24ରେ ତାକୁ ଜଙ୍ଗଲରେ ଛଡ଼ାଯାଇଥିଲା। ଅଭୟାରଣ୍ୟରେ ନିଜ ତାଲବୁଦାନ କରୁଥିବା ସମୟରେ ଜିନ୍ନତ 3ଟି ବାର୍ହା ସଫଳ ଶିକାର କରି ପ୍ରାକୃତିକ ଜୀବନ ପାଇଁ ସଜ୍ଜ ହୋଇଥିଲା। ଟ୍ରାପ୍ ଚିପ୍ ଲଗାଇ ତା’ର ଗତିବିଧି ଓ ସାସ୍ଥ୍ୟ ଉପରେ ଏବେ ଯାହାକି ଶିମିଳିପାଳ ବନ ବିଭାଗ ପ୍ରତିକ୍ଷ ନଜର ରଖିଥିଲେ, ହଠାତ୍ ଏହି ବାଘୁଣୀ ଓଡ଼ିଶା ସୀମା ପାର କରି ଝାଡ଼ଖଣ୍ଡକୁ ପହଞ୍ଚିଥିବା ସୂଚନା ମଲିଛି
ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡଃ ପ୍ରକାଶ ଚାନ୍ଦ ଗୋଗିନେନି କହିଛନ୍ତି ଯେ ଝାଡ଼ଖଣ୍ଡ ବନ ବିଭାଗ ସହ ମିଳିତ ପ୍ରୟାସରେ ଜିନ୍ନତକୁ ପୁଣି ଶିମିଳିପାଳକୁ ଫେରାଇ ଆଣିବା ଉଦ୍ଦେଶ୍ୟରେ ଏବେ ବି ଟିମ୍ ତା’ର ପଛେ ଥିଲା। ଝାଡ଼ଖଣ୍ଡରେ ବି ଜିନ୍ନତ ଉପରେ ଏକ ସ୍ୱତନ୍ତ୍ର ଟିମ୍ ନଜର ରଖିଛି। ଖୁବ ଶୀଘ୍ର ଏହାକୁ ନିଜ ପ୍ରାକୃତିକ ପରିବେଶରେ ଫେରାଇ ଆଣାଯିବା ପାଇଁ ଚେଷ୍ଟା ଚାଲିଛି।