Hot Posts

6/recent/ticker-posts

ଗଞ୍ଜେଇ ମାଫିଆର ନୂତନ ଚାଲ: ସିକ୍ରେଟ କଣ୍ଟେନର ରେ ବ୍ୟବସାୟ


ବ୍ରହ୍ମପୁର ୧୭।୧୨:- ଗଞ୍ଜେଇ ଚୋରା ଚାଲାଣର ନୂତନ ଅଧ୍ୟାୟ ଫୁଟିଉଠିଛି। ଗଞ୍ଜେଇ ମାଫିଆ ପୁଣି ସକ୍ରିୟ ହୋଇ ଦକ୍ଷିଣ ଓଡ଼ିଶାକୁ ଆଧାର କରି ମହାରାଷ୍ଟ୍ର ପର୍ଯ୍ୟନ୍ତ ଚୋରା ରାସ୍ତା ସୃଷ୍ଟି କରିଛି। ଖଲ୍ଲିକୋଟରେ ଏକ ବିଶେଷ ସୂଚନାର ଆଧାରରେ ଅବକାରୀ ଗୁଇନ୍ଦା ବିଭାଗ ଗଞ୍ଜେଇ ଭର୍ତ୍ତି ହୋଇଥିବା ଏକ କଣ୍ଟେନରକୁ ରୋକି ଏହାର ସିକ୍ରେଟ୍ ଚାମ୍ବରରୁ ୨୬୫ କିଲୋ ଗଞ୍ଜେଇ ଜବତ କରିଛି। 

ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ୬୦ ହଜାର ଟଙ୍କା ହୋଇଥିବା ସୂଚନା ମିଳିଛି। , ଜବତ ହୋଇଥିବା କଣ୍ଟେନର ଓ ଅନ୍ୟ ମାଧ୍ୟମଗୁଡ଼ିକର ମୂଲ୍ୟ ସାମଗ୍ରୀଗୁଡ଼ିକ ସହ ୭୮ ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ତିର୍ପଣ କରିଥିବାର ଖବର ମିଳିଛି।  

ଏହି ଗଞ୍ଜେଇ ଚୋରା ଚାଲାଣର ଚେର ମହାରାଷ୍ଟ୍ର ପର୍ଯ୍ୟନ୍ତ ଲମ୍ବିଥିବାରେ କୌଣସି ସନ୍ଦେହ ନାହିଁ। ଏହି ମାମଲାରେ ଏକ ଡ୍ରାଇଭରକୁ ଗିରଫ କରାଯାଇଛି, ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ଅଭିଯାନ ଜାରି ରହିଛି। ଅବକାରୀ ବିଭାଗ ମହାରାଷ୍ଟ୍ର ପର୍ଯ୍ୟନ୍ତ ଏହାର ତନ୍ତ୍ର ବିସ୍ତାର କରି ମାଫିଆର ଗଠନ ଧ୍ୱଂସ କରିବାକୁ ମାସ୍ଟର ପ୍ଲାନ୍ ରଖିଛି।