ଦିଗପହଣ୍ଡି, ୨୦ ଡିସେମ୍ବର: ଦିଗପହଣ୍ଡି କୋର୍ଟ ମାଜିଷ୍ଟ୍ରେଟ ନିଳୀମା ଷଡ଼ଙ୍ଗୀ ଏକ ମହତ୍ବପୂର୍ଣ୍ଣ ମାମଲାର ଶୁଣାଣି କରି ଜଣେ ଆଶାକର୍ମୀଙ୍କୁ ଅସଦାଚରଣ ଆକ୍ରମଣ ମାମଲାରେ ଜଣକ ଅଭିଯୁକ୍ତକୁ ଅର୍ଥ ଜରିମାନା ଦଣ୍ଡ ଆଦେଶ କରିଛନ୍ତି। ଅଭିଯୁକ୍ତ ନରି ଗୌଡ଼, ଯିଏ ଡଙ୍କାରି ଗ୍ରାମର ବାସିନ୍ଦା, କୋର୍ଟର ଜରିମାନା ଅର୍ଥରାଶି ଦାଖଲ କରି ପରେ ଛଡା ଯାଇଥିଲା!
୨୦୦୯ ଜାନୁଆରୀ ୩ ତାରିଖରେ ଏକ ଆଶାକର୍ମୀ ସିଦ୍ଧେଶ୍ୱର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ବୈଠକ ଉପରାନ୍ତ ପରେ ଗଣିଆନାଳ ଛକରେ ଅସଦାଚରଣର ସମ୍ମୁଖୀନ ହୋଇଥିଲେ । ଅଭିଯୁକ୍ତ ନରି ଗୌଡ଼ ଆଶାକର୍ମୀଙ୍କ ପ୍ରତି ଅସମ୍ମାନଜନକ ବ୍ୟବହାର କରିବା ସହ, ସାଇକେଲରୁ ଓହ୍ଲାଇ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଘଟଣା ସମ୍ପର୍କରେ ଆଶାକର୍ମୀ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ପ୍ରମାଣ, ସାକ୍ଷ୍ୟ ଏବଂ ଉଭୟ ପକ୍ଷଙ୍କ ଯୁକ୍ତି ସମୀକ୍ଷା କରିବା ପରେ ଦିଗପହଣ୍ଡି କୋର୍ଟ ମାଜିଷ୍ଟ୍ରେଟ ନିଳୀମା ଷଡ଼ଙ୍ଗୀ ଆଇପିସି ଦଫା ୩୪୧ ଓ ୫୦୯ ଅନୁସାରେ ଅଭିଯୁକ୍ତଙ୍କୁ ୮୦୦ ଟଙ୍କା ଜରିମାନା ଆଦେଶ ଜାରି କରିଥିଲେ। ଅଭିଯୁକ୍ତ ଜରିମାନା ଅନାଦେୟ କରିବାକୁ ଥିଲେ ତାଙ୍କୁ ୧୭ ଦିନର ଜେଲ ଦଣ୍ଡ ଦେବାକୁ ଆଦେଶ ଦିଆଯାଇଥିଲା। କିନ୍ତୁ ଶେଷ ମୂହୁର୍ତ୍ତରେ ଅଭିଯୁକ୍ତ ଜରିମାନା ଅର୍ଥ କୋର୍ଟରେ ଜମା କରିଥିବା ସୂଚନା ମିଳିଛି।