Hot Posts

6/recent/ticker-posts

ସ୍ୱାମୀ ହତ୍ୟା ର କାହାଣୀ ବଖାଣିଲେ ସ୍ତ୍ରୀ

 


ଗଜପତି, ୮ ଡିସେମ୍ବର:- ଗଜପତି ଜିଲାର ପାରଳାଖେମୁଣ୍ଡି ଜଙ୍ଗମ ସାହିରେ ଘଟିଥିବା ସ୍ବାମୀ ହତ୍ୟାକାଣ୍ଡ ଉପରେ ପୋଲିସ ତଦନ୍ତକୁ ଗୁରୁତ୍ୱ ଭାବେ ନେଇଛି। 

ଆଜି ପାରଳାଖେମୁଣ୍ଡି ପୋଲିସ ଘଟଣାସ୍ଥଳରେ ସିନ୍‌ ରିକ୍ରିଏଶନ କରି ଘଟଣାର ସମସ୍ତ ପାଇଁ ନିକଟରୁ ତଦନ୍ତ କରିଛି। ସ୍ତ୍ରୀ ସାରଦାଙ୍କୁ ଘଟଣାସ୍ଥଳକୁ ନେଇ ମାରା ଘଟଣାର କାରଣ, ପ୍ରକ୍ରିୟା, ଓ ଉପକରଣ ବିଷୟରେ ପଚରାଉଚରା କରାଯାଇଛି। ସ୍ତ୍ରୀ ସାରଦା ପୋଲିସକୁ ସ୍ୱୀକାର କରିଛନ୍ତି ଯେ ସେ ଏହି ହତ୍ୟା କରିଥିବାରୁ ପାରିବାରିକ ମନ୍ମୁଟା ଭାବ ମୂଳ କାରଣ ଥିଲା।  

ସାରଦା ଏହି ହତ୍ୟାରେ ନିଦ ଟାବ୍ଲେଟ ଏବଂ ଇଞ୍ଜେକ୍ସନ ଦ୍ୱାରା ସ୍ବାମୀଙ୍କୁ ପ୍ରଥମେ ନିଦ୍ରାସ୍ଥ କରିଥିଲେ। ପରେ ଗୋଟିଏ ପଥରରେ ମୁଣ୍ଡକୁ ପିଟି ଏବଂ କାଠଫଳିଆରେ ମାରିଥିବା ସହିତ ଟାଓ୍ବେଲରେ ତଣ୍ଟି ଚିପି ଆଘାତ କରିଥିବା କଥା ସେ ଘୋଷଣା କରିଛନ୍ତି। ଏହି ସମସ୍ତ ପ୍ରକାରଣ ଘଟଣାସ୍ଥଳରେ ସାଧନ ଓ ପ୍ରମାଣ ସଂଗ୍ରହ କରି ପୋଲିସ ଅନୁସନ୍ଧାନ ଚାଲାଉଛି।