Hot Posts

6/recent/ticker-posts

ବିନିକାରେ ଶିଶୁକନ୍ୟା ଉଦ୍ଧାର: ରାସ୍ତାକଡ଼ରୁ ଜୀବନ ଫେରିଲା ଏକ ନବଜାତର


ସୁବର୍ଣ୍ଣପୁର: ବିନିକା ଥାନା ଅନ୍ତର୍ଗତ ତୁଲୁଣ୍ଡୁପାଲି ଗାଁରେ ଗଭୀର ମାନବତା କୁହା ଘଟଣା ସାମ୍ନାକୁ ଆସିଛି। ପ୍ରବଳ ଶୀତର ମଧ୍ୟରେ ଏକ ନବଜାତ ଶିଶୁକନ୍ୟାକୁ କେହି ଜନ୍ମ କରାଇ ମାଟିରେ ପୋତି ରାସ୍ତାକଡ଼ରେ ଛାଡ଼ି ଚାଲିଯାଇଥିଲେ।  

ଭୋର ସମୟରେ ଗାଁର କେତେକ ସଚେତନ ଲୋକ ଶିଶୁକନ୍ୟାକୁ ମାଟିରେ ଭାସିଥିବା ଅବସ୍ଥାରେ ଦେଖି ଆବଡ଼ି ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ତାକୁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଏହି ଶିଶୁକୁ ଅଧିକ ଚିକିତ୍ସା ପାଇଁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।  

ଏହି ଘଟଣା ସମ୍ପର୍କରେ ସନ୍ତୋଷ ନଇ ଓ ତାଙ୍କ ସ୍ତ୍ରୀ ଜଣାଇଛନ୍ତି ଯେ, ସେମାନଙ୍କର ୧୫ ବର୍ଷର ଅପେକ୍ଷା ପରେ ଏଇ ଶିଶୁକୁ ନିଜ ପରିବାରର ଅଙ୍ଗ କରିବାକୁ ଚାହୁଁଛନ୍ତି। ସେମାନେ ଜିଲ୍ଲା ପ୍ରଶାସନଙ୍କୁ ନିବେଦନ କରି କହିଛନ୍ତି ଯେ, ଏହି ଅଲୋଡ଼ା ଶିଶୁକୁ ସମ୍ପୂର୍ଣ୍ଣ ଭାବେ ଦାୟିତ୍ୱ ନେଇ ତାକୁ ଲାଳନପାଳନ କରିବାକୁ ସେମାନେ ପ୍ରସ୍ତୁତ।  

ଜିଲ୍ଲା ପ୍ରଶାସନ ଏବେ ଏହି ମାମଲାକୁ ଗୁରୁତ୍ୱର ସହ ନେଇ ଶିଶୁକୁ ଶୁରକ୍ଷା ଓ ଦୈନନ୍ଦିନ ଆବଶ୍ୟକତା ପ୍ରଦାନ କରିବା ଉପରେ ଧ୍ୟାନ ଦେଉଛି।