ଭବାନୀପାଟଣା, ୩୦/୧୨:କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଦର ବ୍ଲକର ବୋର୍ଡା ଫାଣ୍ଡି ସାପସିଲେଟ ନିକଟରେ ଏକ ଛତିଶଗଡ ଟ୍ରକ ପୋଲିସ ଗାଡ଼ିକୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ପୋଲିସ ଗାଡ଼ିରେ ବସିଥିବା ବୋର୍ଡା ଫାଣ୍ଡି ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ ସହିତ ୪ ଜଣ କନଷ୍ଟେବଳ ଆହତ ହୋଇଛନ୍ତି।
ପ୍ରାଥମିକ ଚିକିତ୍ସା ପରେ ସେମାନେ ସୁସ୍ଥ ଅଛନ୍ତି ବୋଲି ଜଣାପଡିଛି। ଧକ୍କା ଦେଇଥିବା ଛତିଶଗଡ଼ ଟ୍ରକର ନଂ. ସିଜି ୨୨ଜେ -୮୧୦୨ ଏବଂ ପୋଲିସ ଗାଡ଼ିର ନଂ. ଓଆର୦୫ ଏକେ-୬୬୩୭ ଥିଲା।