Hot Posts

6/recent/ticker-posts

ବଧୂ ହତ୍ୟା ଅଭିଯୋଗ, ଥାନା ରେ ସ୍ୱାମୀ ଅଟକ



ଭୋଗରାଇ, ୫ ଡିସେମ୍ବର:-  ଭୋଗରାଇ ବ୍ଲକର ଗୁନାଇବସାଣ ପଞ୍ଚାୟତ ଅଧୀନର ହରିପୁର ଗ୍ରାମରେ ଏକ ମର୍ମାନ୍ତିକ ଘଟଣା ଉନ୍ମୋଚିତ ହୋଇଛି। ପାରିବାରିକ ଘସାଘସିର ଫଳରେ ସସ୍ମିତା ମାହାନା (ସ୍ୱାମୀ- ରାମକୃଷ୍ଣ ମାହାନା) ନାମକ ମହିଳାଙ୍କ ଜୀବନ ଚାଲିଯାଇଛି। ଗୁରୁବାର ସକାଳରେ ତାଙ୍କର ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ଜଳେଶ୍ଵରପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣାଯାଇଥିଲା।  

ପୋଷ୍ଟମର୍ଟମ ସମୟରେ ମହିଳାଙ୍କ ପିତୃପକ୍ଷ ଲୋକମାନେ ହସ୍ପିଟାଲରେ ଭୂତାବେଶିତ ହୋଇ ପ୍ରତିବାଦ କରିଥିଲେ। ସସ୍ମିତାଙ୍କ ମା ଶ୍ରୀମତୀ ସବିତା ବେହେରା ନିଜ ଝିଅଙ୍କ ମୃତ୍ୟୁ ପଛରେ ଯୌତୁକ କଲହ ଓ ନିର୍ଯାତନାକୁ ଦାୟୀ ଠାରୁଥିବା ଅଭିଯୋଗ ତୋଳିଛନ୍ତି। ସେ କହିଛନ୍ତି, ବିବାହ ଦିନରୁ ସ୍ୱାମୀ ଓ ଶଶୁର ମିଳିତ ଭାବରେ ସସ୍ମିତାଙ୍କୁ ଯୌତୁକ ନିମନ୍ତେ ଦୁର୍ବ୍ୟବହାର ଓ ନିର୍ଯାତନା ଦେଇଥିଲେ। ଗ୍ରାମ ଅଞ୍ଚଳରେ ବାରମ୍ବାର ବିଚାର ହେଲାମଧ୍ୟ ସସ୍ମିତାଙ୍କ ନିର୍ଯାତନା ଶେଷ ହୋଇନଥିଲା। ଭୋଗରାଇ ପୁଲିସ ତତ୍ପର ହୋଇ ସସ୍ମିତାଙ୍କ ସ୍ୱାମୀ ରାମକୃଷ୍ଣ ମାହାନାଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛନ୍ତି। ପୋଷ୍ଟମର୍ଟମ ରିପୋର୍ଟ ଓ ପିତୃପକ୍ଷର ଅଭିଯୋଗ ଆଧାରରେ ପୋଲିସ ଘଟଣାର ଗଭୀର ତଦନ୍ତ କରୁଛି।