Hot Posts

6/recent/ticker-posts

ଫାଇନାନ୍ସ କମ୍ପାନୀରେ ଯୌନ ନିର୍ଯାତନା: ପରିଚାଳକ ଗିରଫ, ମହିଳା କର୍ମଚାରୀଙ୍କ ଦ୍ୱାରା ଅଭିଯୋଗ


ଭୁବନେଶ୍ୱର, ୨୦ ଡିସେମ୍ବର: ମହିଳା କର୍ମଚାରୀଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ଏକ ଫାଇନାନ୍ସ କମ୍ପାନୀର ପରିଚାଳକ ରବି ନାରାୟଣ ସାହୁଙ୍କୁ ପୋଲିସ ଗିରଫ କରିଛି। ମୈତ୍ରୀବିହାର ଅଞ୍ଚଳରେ ସ୍ଥିତ "ଜି.ଆର୍. ଫିନ୍‌ସର୍ଭ" କମ୍ପାନୀରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଶୁକ୍ରବାର ରବିଙ୍କୁ କୋର୍ଟ ଚାଲାଣ କରାଯିବାକୁ ପୋଲିସ ପକ୍ଷରୁ ଜଣାପଡ଼ିଛି। 

କମ୍ପାନୀର କୌଣସି କର୍ମଚାରୀ ଯଦି ଆପତ୍ତି ଜଣାଇବାକୁ ସାହସ କରୁଥିଲେ, ତାଙ୍କୁ ଚାକିରିରୁ ବାହାର କରିଦିଆଯାଉଥିବା ଦାବି କରାଯାଇଛି। ମହିଳାମାନଙ୍କୁ ଅପମାନଜନକ ଶବ୍ଦ ଓ ଶାରୀରିକ ଗଠନ ସମ୍ପର୍କରେ ଅଶ୍ଳୀଳ ମନ୍ତବ୍ୟ କରିବା ସହ, ମନୋବଳ ଭାଙ୍ଗିବା ପାଇଁ ତାଙ୍କୁ ଅଣ୍ଡା-କଦଳୀ ଖାଇବାକୁ ପରାମର୍ଶ ଦେବା ରବିଙ୍କ ପ୍ରକୃତି ଥିଲା ବୋଲି ମହିଳାମାନଙ୍କ ଦାବି। ଏହାକୁ ନିରସନ କରିବାରେ ବିଫଳ ହୋଇ କିଛି କର୍ମଚାରୀ ପୂର୍ବରୁ ଚାକିରି ଛାଡ଼ିଦେଇଥିଲେ।  

ଗୁରୁବାର କିଛି ଯୁବତୀ ସାହସ ଦେଖାଇ ପରିଚାଳକଙ୍କ ବିରୁଦ୍ଧରେ ମୈତ୍ରୀବିହାର ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ତତ୍କାଳ ମାମଲା ରୁଜୁ କରି ରବିଙ୍କୁ ତାଙ୍କ ଅଫିସ୍‌ରୁ ଉଠାଇ ନେଇଥିଲା। ମହିଳା କର୍ମଚାରୀମାନଙ୍କ ବୟାନ ଶୁକ୍ରବାର ରେକର୍ଡ କରାଯିବାକୁ ପ୍ରସ୍ତୁତି ଚାଲିଛି।