କାବୁଲ, ୧୧ ଡିସେମ୍ବର:- ଆଫଗାନିସ୍ତାନର ରାଜଧାନୀ କାବୁଲରେ ଗୁରୁତର ବୋମା ବିସ୍ଫୋରଣ ଘଟିଛି। ଏହାରେ ତାଲିବାନର ଶରଣାର୍ଥୀ ମନ୍ତ୍ରୀ ଏବଂ ଜଗତଜୁଡ଼ା ଆତଙ୍କବାଦୀ ଖାଲିଲ ହକାନୀଙ୍କ ମୃତ୍ୟୁ ହୋଇଛି। ଖାଲିଲ ହକାନୀ ଅମେରିକାରେ "ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ" ତାଲିକାରେ ଥିଲେ ଏବଂ ତାଙ୍କ ଉପରେ ୫ ମିଲିୟନ ଡଲାର ପୁରସ୍କାର ଘୋଷିତ ଥିଲା।
ସୂଚନା ଅନୁସାରେ, ଆତ୍ମଘାତୀ ବିସ୍ଫୋରଣକାରୀ ଏକ ଶରଣାର୍ଥୀ ଭାବେ ମନ୍ତ୍ରଣାଳୟ ପରିସରରେ ପ୍ରବେଶ କରିଥିଲେ। ଖାଲିଲ ହକାନୀ ମଧ୍ଯାହ୍ନ ଭୋଜନ ପରେ ମନ୍ତ୍ରଣାଳୟର କରିଡର ଦେଇ ଯାଉଥିବା ବେଳେ ବୋମା ବିସ୍ଫୋରଣ ଘଟିଛି। ଏହି ଆକ୍ରମଣରେ ଆଉ କିଏ ମୃତ୍ୟୁବରଣ କରିଛି କିମ୍ବା ଘାୟଲ ହୋଇଛି, ସେ ତଥ୍ୟ ଏପର୍ଯ୍ୟନ୍ତ ଖୋଜା ହୋଇନାହିଁ।
ଖାଲିଲ ହକାନୀ ଶକ୍ତିଶାଳୀ ହକାନୀ ନେଟୱାର୍କର ସଦସ୍ୟ ଏବଂ ପ୍ରତିଷ୍ଠାତା ଜାଲାଲୁଦ୍ଦିନ ହକାନୀଙ୍କ ଭାଇ ଥିଲେ। ଏହା ସହିତ, ସେ ତାଲିବାନର ଆଭ୍ୟନ୍ତରୀଣ ମନ୍ତ୍ରୀ ସିରାଜ ହକାନୀଙ୍କ ମାମୁଁ ଥିଲେ। ମିଳିତ ଜାତି ସଂଘ ଖାଲିଲକୁ ଜଗତଜୁଡ଼ା ଆତଙ୍କବାଦୀ ଘୋଷଣା କରିଥିଲା।