Hot Posts

6/recent/ticker-posts

ପାରାଦୀପରେ ୭୮ ବାଂଲାଦେଶୀ ମତ୍ସ୍ୟଜୀବୀ ଅଟକ

 


ପାରାଦୀପ, ୧୦ ଡିସେମ୍ବର:-ବାଂଲାଦେଶରେ ଚାଲିଥିବା କ୍ଷମତା ସଙ୍କଟ ମଧ୍ୟରେ, ଭାରତ ସହିତ ଏକାଧିକ କ୍ଷେତ୍ରରେ ସମ୍ପର୍କ ହ୍ରାସ ପାଇବାର ଆଶଙ୍କା ରହିଛି। ଏହି ପରିସ୍ଥିତିରେ, ମଙ୍ଗଳବାର ପାରାଦୀପ ତଟରେ ୭୮ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ କୋଷ୍ଟଗାର୍ଡ ପକ୍ଷରୁ ଅଟକ ରଖାଯାଇଛି। 

ସୂଚନା ଅନୁସାରେ, ଏହି ମତ୍ସ୍ୟଜୀବୀମାନେ ଦୁଇଟି ବାଂଲାଦେଶୀ ମାଛଧରା ବୋଟ୍‌ ଯୋଗେ ମାଛ ଧରିବା ପାଇଁ ଭାରତୀୟ ସୀମା ଭିତରକୁ ପ୍ରବେଶ କରିଥିବା ସନ୍ଦେହ କରାଯାଉଛି। ଉଲ୍ଲଖିତ ବୋଟ୍‌ଗୁଡ଼ିକୁ କୋଷ୍ଟଗାର୍ଡର ‘ଆମୋଗ’ ଜାହାଜ ଚାଲିପକାରେ ଅଟକ କରିଥିଲା ଏବଂ ବନ୍ଦୀମାନଙ୍କୁ ପାରାଦୀପ ବନ୍ଦରକୁ ଆଣାଯାଉଛି।  

ସନ୍ଧ୍ୟା ପର୍ଯ୍ୟନ୍ତ, ବନ୍ଦୀମାନଙ୍କୁ ମେରାଇନ ପୋଲିସଙ୍କୁ ହସ୍ତାନ୍ତର କରିବାକୁ କୋଷ୍ଟଗାର୍ଡ ପକ୍ଷରୁ ତିବ୍ର ଚେଷ୍ଟା ଚାଲିଛି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଭାବୀ ପ୍ରତିକ୍ରିୟା କିପରି ରହିବ, ସେଥିପାଇଁ ସମସ୍ତଙ୍କ ନଜର ପାରାଦୀପ ଘଟଣାରେ ଲଗିଛି।