Hot Posts

6/recent/ticker-posts

ଆନ୍ଧ୍ରକୁ ଧାନ ପାଠାଇବା ଚାଷି ବାଧ୍ୟ, ଖୋଲୁନି ଧାନ ମଣ୍ଡି


 ପଞ୍ଚଲିଙ୍ଗେଶର, ୧୪/୧୨: ଓଡ଼ିଶାର ଧାନ ନିମ୍ନ ଦରରେ ଅନ୍ଧ୍ରକୁ ପାଠାଯାଉଥିବା ଏକ ଚିନ୍ତାଜନକ ଘଟଣା ପଞ୍ଚଲିଙ୍ଗେଶର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଅଞ୍ଚଳର ଚାଷୀମାନେ ମଣ୍ଡି ଖୋଲା ନଥିବାରୁ ଏବଂ ମହାଜନଙ୍କ ସୁଧ ଶୋଧ କରିବାରେ ବାଧ୍ୟ ହୋଇ ଧାନ ନିମ୍ନ ଦରରେ ବିକ୍ରି କରୁଥିବାରୁ ଭାରି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି।  

ରାଜ୍ୟ ସରକାର ଧାନ ପାଇଁ ୩୧ ଶହ ଟଙ୍କା ନିର୍ଦ୍ଧାରଣ କରିଥିଲେ, କିନ୍ତୁ କାର୍ଯ୍ୟାନ୍ଵୟନର ଅଭାବରୁ ଗ୍ରାମାଞ୍ଚଳର ଚାଷୀମାନେ ମାତ୍ର ୧୬ ଶହରୁ ୧୮ ଶହ ଟଙ୍କାରେ ଧାନ ବିକ୍ରି କରୁଛନ୍ତି। ଏହି ଘଟଣାରେ ଔପଦା ବ୍ଲକର କାଣ୍ଡଗରଡ଼ି ପଞ୍ଚାୟତର କାନପୁର ଛକରେ ଧାନ ଆନ୍ଧ୍ର ପ୍ରଦେଶକୁ ପଠାଯାଉଥିବା ସୂଚନା ମିଳିଛି।  

ଆନ୍ଧ୍ର ଲରି ନମ୍ବର ଏପି ୦୫ ଟିଡି ୩୭୮୯ ରେ ପ୍ରାୟ ୨୦ ଟନ ଧାନ ଆନ୍ଧ୍ରକୁ ପଠାଇବାକୁ ଉଦ୍ୟମ କରାଯାଉଥିବାବେଳେ ଗଣମାଧ୍ୟମ ସୂଚନା ପାଇ ନୀଳଗିରି ଆରଏମସି ଅଧିକାରୀ ରତ୍ନାକର ବିଶ୍ୱାଳ ଘଟଣାସ୍ଥଳକୁ ପହଞ୍ଚି ୪,୬୦୦ ଟଙ୍କା ଫାଇନ କାଟିଥିଲେ। କିନ୍ତୁ ଏହା ସହିତ ଆରଏମସି କାର୍ଯ୍ୟାନୁଷ୍ଠାନ ଉପରେ ଚାଷୀମାନଙ୍କ ସହ ଅଞ୍ଚଳର ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି।  

ସ୍ଥାନୀୟ ବୁଦ୍ଧିଜୀବୀମାନେ ମଣ୍ଡି ତୁରନ୍ତ ଖୋଲିବା ଏବଂ ଧାନର କଳାବଜାରୀକୁ ରୋକିବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଶାସନକୁ ଆହ୍ୱାନ କରିଛନ୍ତି। ତାଙ୍କର ମତାମତ ଅନୁସାରେ, ଆରଏମସିଙ୍କ କାର୍ଯ୍ୟାନୁଷ୍ଠାନ ତଳସାର ରହିଲେ ଏହା ଚାଷୀମାନଙ୍କ ପ୍ରାକୃତିକ ଅବସ୍ଥାକୁ ଆହୁରି ଦୁର୍ବଳ କରିପାରେ।