Hot Posts

6/recent/ticker-posts

ପାରାଦୀପ ବନ୍ଦରରୁ ଦୁଇଟି ସନ୍ଦିଗ୍ଧ ପାରା ଉଦ୍ଧାର


ପାରାଦୀପ, ୨୪/୧୨: ଜଗତସିଂହପୁର ଜିଲାର ପାରାଦୀପ ବନ୍ଦରରେ ଏକ ବାଂଲାଦେଶ ଜାହାଜରୁ ସୋମବାର ଦୁଇଟି ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ଉଦ୍ଧାର ହୋଇଥିବା ପାରାର ଗୋଡ଼ରେ ଲାଗିଥିବା ବେଲ୍ଟରେ ବିଦେଶୀ ଭାଷାର ଲେଖା ରହିଥିବାର ସୂଚନା ମିଳିଛି।  

ଜାହାଜରେ ସନ୍ଦିଗ୍ଧ ପାରା ମିଳିବା ପରେ, ଏହାକୁ ପ୍ରଥମେ କୁଜଙ୍ଗ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ପାରାଦୀପ ପୋଲିସ ଏବେ ଏହାକୁ ନେଇ ଖୋଜଖବର ଆରମ୍ଭ କରିଛି। ସନ୍ଦିଗ୍ଧ ପାରା କୌଣସି ବିଦେଶୀ ଯୋଜନା ବା ଅବୈଧ କାର୍ଯ୍ୟକଳାପରେ ଜଡିତ ରହିଥିବା କି ନାହିଁ, ତାହା ନିମନ୍ତେ ଏବେ ଯାଞ୍ଚ ଜାରି ରହିଛି।