Hot Posts

6/recent/ticker-posts

ଗ୍ରୀନ୍‌ ହାଇଡ୍ରୋଜେନ୍‌ ମୋବିଲିଟି ପ୍ରୋଜେକ୍ଟ ଆରମ୍ଭରେ ଓଡ଼ିଶାର ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ

 


ଭୁବନେଶ୍ୱର, ୨୪/୧୨: ଓଡ଼ିଶା ସରକାର ରାଜ୍ୟରେ ଗ୍ରୀନ୍‌ ହାଇଡ୍ରୋଜେନ୍‌ ମୋବିଲିଟି ପ୍ରୋଜେକ୍ଟ ଶୁଭାରମ୍ଭ କରିବା ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ସୋମବାର ଏହାକୁ ନେଇ ତ୍ରିପାକ୍ଷିକ ବୁଝାମଣାପତ୍ର ଚୁକ୍ତି ସ୍ବାକ୍ଷର କରାଯାଇଛି। ଏହି ଚୁକ୍ତିରେ କ୍ୟାପିଟାଲ୍‌ ରିଜିୟନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ (କ୍ରୁଟ୍‌), ଗ୍ରୀଡ୍‌ କର୍ପୋରେଶନ୍‌ ଅଫ୍‌ ଓଡ଼ିଶା (ଗ୍ରୀଡ୍‌କୋ), ଏବଂ ଏନ୍‌ଟିପିସି ମଧ୍ୟରେ ସ୍ବାକ୍ଷର ହୋଇଥିଲା।  ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦଓ ଏବଂ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ବାକ୍ଷର କରାଯାଇଥିଲା। ଏହି ପ୍ରକଳ୍ପରେ ଗ୍ରୀନ୍‌ ହାଇଡ୍ରୋଜେନ୍‌ ଚାଳିତ ବସ୍‌ଗୁଡ଼ିକ ରାଜ୍ୟରେ ଆଗାମୀ ଦିନରେ ଡିଜେଲ୍‌ ବସ୍‌ ବଦଳାଇ ଯାତ୍ରୀ ପରିବହନରେ ସ୍ଥାୟୀ ଓ ପରିବେଶ-ମାନ୍ୟ ବିକଳ୍ପ ଯୋଗାଇବ।  କ୍ରୁଟ୍‌କୁ ଯାତ୍ରୀ ପରିବହନ ଦାୟିତ୍ୱ ଦିଆଯାଇଥିବା ବେଳେ, ଏନ୍‌ଟିପିସି ହାଇଡ୍ରୋଜେନ୍‌ ଉତ୍ପାଦନ ଓ ଗ୍ରୀଡ୍‌କୋ ଅକ୍ଷୟ ଶକ୍ତି ଯୋଗାଣର ଦାୟିତ୍ୱ ନେଇଛି। ଏହି ପ୍ରକଳ୍ପ ଅଧୀନରେ ୩ଟି ହାଇଡ୍ରୋଜେନ୍‌ ବସ୍‌ ପରିଚାଳନା କରାଯିବ, ଯାହା ୧୨ କିମି ପର୍ଯ୍ୟନ୍ତ ମାଇଲେଜ୍‌ ଦେବାର କ୍ଷମତାରେ ରହିବ।  

ଏହି ପଦକ୍ଷେପ ନିଶ୍ଚିତ ଭାବରେ କାର୍ବନ ନିର୍ଗମନ ହ୍ରାସ କରିବା ସହ ରାଜ୍ୟର ପରିବେଶ ସୁଧାର ଓ ଅର୍ଥନୈତିକ ଉନ୍ନତିରେ ସହାୟକ ହେବ।