ଭୁବନେଶ୍ୱର, ୭ ଡିସେମ୍ବର:-ଭୁବନେଶ୍ୱରର ଏତିହାସିକ ଲିଙ୍ଗରାଜ ମନ୍ଦିରରେ ଆଜି ସକାଳ ଠାରୁ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ବନ୍ଦ ରହିଛି। ପୂଜାପଣ୍ଡା ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ମହାପ୍ରଭୁଙ୍କ ଅଧିବାସ ପୂଜାକୁ ନେଇ ମତଭେଦ ସୃଷ୍ଟି ହେବା ପାଇଁ ଏହି ସ୍ଥିତି ସାମ୍ନାକୁ ଆସିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଭକ୍ତମାନଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।
ଆଜି ଓଢଣ ଷଷ୍ଠୀ ଅବସରରେ ଲିଙ୍ଗରାଜ ମହାପ୍ରଭୁଙ୍କୁ ଓଢଣୀ ଲାଗିବା ଥିଲା। ମନ୍ଦିରର ପାରମ୍ପରିକ ରୀତି ଅନୁସାରେ ଅଧିବାସ ପୂଜା ଶେଷ ପରେ ଅନ୍ୟାନ ନୀତିକାନ୍ତି ସମ୍ପନ୍ନ କରାଯାଏ। କିନ୍ତୁ ମତଭେଦର କାରଣରୁ ଏହା ଆଜି ବାଧିତ ହୋଇଛି।
ପୂଜାପଣ୍ଡା ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ମହାପ୍ରଭୁଙ୍କ ଅଧିବାସ ପୂଜା ପ୍ରକ୍ରିୟାକୁ ନେଇ ଅସମ୍ମତି ଥିବାରୁ ଏହି ଘଟଣା ଘଟିଛି। ଏହାକୁ ନେଇ ମନ୍ଦିର ପ୍ରଶାସନ ଉପରେ ଅନେକ ଭକ୍ତ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଭକ୍ତମାନଙ୍କ ମତ ହେଉଛି ଏହା ଦର୍ଶନାର୍ଥୀମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିଛି ଓ ଏହାକୁ ତୁରନ୍ତ ସମାଧାନ କରାଯିବା ଦରକାର।