Hot Posts

6/recent/ticker-posts

ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ପୂର୍ବତନ ଡିସି ସ୍ବୟଂମ୍ଭୁ ମିଶ୍ର ଦଣ୍ଡିତ


କଟକ, ୭ ଡିସେମ୍ବର:-ସମ୍ବଲପୁର ନର୍ଥ ଡିଭିଜନର ପୂର୍ବତନ ଡେପୁଟି କମିଶନର ସ୍ବୟଂମ୍ଭୁ ପ୍ରସାଦ ମିଶ୍ରଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଶନିବାର କଟକ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଦଣ୍ଡିତ କରିଛି। ଅଦାଲତ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡ ସହିତ ୧ ଲକ୍ଷ ଟଙ୍କା ଜରିମାନା ପାଇଁ ଦଣ୍ଡାଦେଶ ଜାରି କରିଛି।  

ସ୍ବୟଂମ୍ଭୁ ପ୍ରସାଦ ମିଶ୍ରଙ୍କ ବିରୁଦ୍ଧରେ ଓଡ଼ିଶା ଭିଜିଲାନ୍ସ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାମଲା ରୁଜୁ କରିଥିଲା। ତଦନ୍ତ କାର୍ଯ୍ୟରେ ଭିଜିଲାନ୍ସର ପୂର୍ବତନ ଇନ୍ସପେକ୍ଟର ଏମ୍‌.ଡି. ବରାଳ ମୁଖ୍ୟ ଭୂମିକା ନେଇଥିଲେ। ଏହି ମାମଲାରେ ସ୍ପେଶାଲ ପବ୍ଲିକ ପ୍ରୋସିକ୍ୟୁଟର ବୀରେନ୍‌ କୁମାର ପଣ୍ଡା ଅଦାଲତରେ ଅଭିଯୋଗ ପ୍ରତ୍ୟାରୋପ କରିଥିଲେ।  

ସ୍ବୟଂମ୍ଭୁ ପ୍ରସାଦ ମିଶ୍ରଙ୍କ ଦଣ୍ଡାଦେଶ ପରେ ଭିଜିଲାନ୍ସ ତାଙ୍କର ସରକାରୀ ପେନ୍‌ସନ ବନ୍ଦ କରିବା ପାଇଁ ପ୍ରାଧିକୃତ ଅଧିକାରୀଙ୍କ ନିକଟକୁ ପଦକ୍ଷେପ ନିବ। ଏହାକୁ ନେଇ ଅଧିକ ଅନୁସନ୍ଧାନ ଜାରି ରହିଛି।