Hot Posts

6/recent/ticker-posts

ଝାରସୁଗୁଡ଼ାର ମହିଳା ହତ୍ୟା: ବ୍ରାହ୍ମଣୀ ନଦୀରେ ମୃତଦେହ ଖୋଜା ଅଭିଯାନ ଜାରି


ରାଉରକେଲା, ୧୧ ଡିସେମ୍ବର: ଝାରସୁଗୁଡ଼ାର ଜଣେ ମହିଳାଙ୍କୁ ହତ୍ୟା ପରେ ରାଉରକେଲାର ପାନପୋଷ ନିକଟ ବ୍ରାହ୍ମଣୀ ନଦୀରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ଉପରେ ପୁଲିସ ଏବେ ତଦନ୍ତ କରୁଛି। ଘଟଣାରେ ଜଡିତ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉତା ପରେ ମୃତଦେହ ଖୋଜିବାକୁ ଅଭିଯାନ ଆରମ୍ଭ ହୋଇଛି।  

ସୂଚନା ଅନୁସାରେ, ଝାରସୁଗୁଡ଼ାର ଏକ ପରିବାର ଗତ ୭ ତାରିଖରେ ଜଣେ ମହିଳାଙ୍କ ନିଖୋଜ ଥିବା ବାବଦରେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପରବର୍ତ୍ତୀ ତଦନ୍ତରେ ଜଣାପଡ଼ିଛି ଯେ, ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ତା'ପରେ ଶବକୁ ବ୍ରାହ୍ମଣୀ ନଦୀରେ ଫିଙ୍ଗି ଦିଆଯାଇଥିବାର ସୂଚନା ମିଳିଛି।  

ଅଭିଯୁକ୍ତଙ୍କ ସୂଚନା ଆଧାରରେ ରାଉରକେଲା ଏବଂ ଝାରସୁଗୁଡ଼ା ପୁଲିସ ବ୍ରାହ୍ମଣୀ ନଦୀରେ ମୃତଦେହ ଖୋଜିବା ପାଇଁ ଅଗ୍ନିଶମ ଟିମ ଓ ଓଡ୍ରାଫ୍ଟ ଟିମର ସହାୟତା ନେଇଛନ୍ତି। ଡିଆଇଜି ବ୍ରିଜେଶ ରାୟ ସହ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତର ଆଗଗତି ନିର୍ବାହ କରୁଛନ୍ତି।  

ଏହି ହତ୍ୟାକାଣ୍ଡର ପଛରେ ଅସଲ କାରଣ କଣ, ତା'ସମ୍ପର୍କରେ ପୁଲିସ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି। ତଦନ୍ତ ଆଗକୁ ବଢ଼ିବା ସହିତ ଆଶା କରାଯାଉଛି ଯେ ଘଟଣାର ସତ୍ୟ ଶୀଘ୍ର ସାମ୍ନାକୁ ଆସିବ।