Hot Posts

6/recent/ticker-posts

କଂସ ମହାରାଜ ଙ୍କ ଦ୍ୱାରା ବିଧାୟକ ଙ୍କୁ ଜାରିବାନା,, ରିହର୍ସାଲରେ କଂସଙ୍କ ଅଭିନୟ ଆକର୍ଷଣ କରିଲା

ବରଗଡ଼, ୨୨/୧୨:- ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଆସନ୍ତା ଜାନୁଆରୀ ୩ରୁ ଆରମ୍ଭ ହେବ। ଏଥିରେ ଏବେ ଥର ଦୃଶ୍ୟାଭିନୟକୁ ଅଧିକ ଆକର୍ଷଣୀୟ କରିବାକୁ କଳାକାରମାନେ ରିହର୍ସାଲରେ ବ୍ୟସ୍ତ ରହିଛନ୍ତି। ବରଗଡ଼ର ଗାନ୍ଧୀଛକ କଲ୍ୟାଣ ମଣ୍ଡପ ଏବେ ଧନୁଯାତ୍ରା ରିହର୍ସାଲର ମୁଖ୍ୟ କେନ୍ଦ୍ର ହୋଇଛି, ଯେଉଁଠାରେ ମଥୁରାନଗରୀର ଦୃଶ୍ୟ ସଜାଯାଇ ରିହର୍ସାଲ ଚାଲିଛି।  

ଶୁକ୍ରବାର ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ କଳାକାରଙ୍କ ରିହର୍ସାଲ ପରିଦର୍ଶନ କରିଥିଲେ। ବାଗ୍ଦେବୀଙ୍କ ପୂଜା ପରେ ବିଧାୟକ ଷଡ଼ଙ୍ଗୀ ରିହର୍ସାଲର ଦୃଶ୍ୟାଭିନୟ ଦେଖି ଦୃତିତ ହୋଇଥିଲେ। ରିହର୍ସାଲ ସମୟରେ, କଂସ ଅଭିନେତା ଭୁବନେଶ୍ୱର ପ୍ରଧାନ ନାଟକୀୟ ଭାବରେ ବିଧାୟକଙ୍କୁ ତାଙ୍କ ସମ୍ମୁଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ଓ ନିର୍ବାଚନ ମଣ୍ଡଳୀର ଖବର ଜଣାଇବାକୁ କହିଥିଲେ। ବିଧାୟକ ଷଡ଼ଙ୍ଗୀ ଆସନ୍ତା ଧନୁଯାତ୍ରାକୁ ଅଧିକ ସଫଳ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରିବାର ଜଣାଇଥିଲେ!ବିଳମ୍ବରେ ଏହିପରି ଭଲ ଖବର ଦେବାକୁ ନେଇ କଂସ ବିଧାୟକଙ୍କୁ ୫ ଲକ୍ଷ ସ୍ବର୍ଣ୍ଣମୁଦ୍ରାରେ ଦଣ୍ଡ ଜରିମାନା କରିଥିଲେ।  

ଏହି ଅଭିନୟ ରିହର୍ସାଲରେ ସ୍ଥାନୀୟ ଲୋକମାନେ ଧନୁଯାତ୍ରାର ଭବିଷ୍ୟତ ଦୃଶ୍ୟାଭିନୟର ସ୍ୱାଦ ଅନୁଭବ କରିବାର ସୁଯୋଗ ପାଇଥିଲେ। ଘଟଣାସ୍ଥଳରେ ଧନୁଯାତ୍ରା ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ, କଳାକାର ଉପଦେଷ୍ଟା ସମନ୍ବୟ ସମିତିର ଅଶୋକ ବେହେରା ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।