Hot Posts

6/recent/ticker-posts

ଧାନ ଉତ୍ପାଦନକାରୀ ଚାଷୀଙ୍କୁ ଇନ୍‌ପୁଟ ସବ୍‌ସିଡି: ରାଜ୍ୟ ସରକାରର ନୂଆ ପଦକ୍ଷେପ


ଭୁବନେଶ୍ୱର, ୮ ଡିସେମ୍ବର:- ରାଜ୍ୟ ସରକାର ଧାନ ଉତ୍ପାଦନକାରୀ ଚାଷୀଙ୍କ ହିତ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ରବିବାର ବରଗଡ଼ ଜିଲ୍ଲାର ସୋହେଲା ଇଚ୍ଛାପାଲି ପଡ଼ିଆରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଧାନ କୁଇଣ୍ଟାଲ ପିଛା ୮ ଶହ ଟଙ୍କାର ଇନ୍‌ପୁଟ ସବ୍‌ସିଡି ଚାଷୀଙ୍କୁ ପ୍ରଦାନ କରିବେ।  

କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ୨୩୦୦ ଟଙ୍କା ଘୋଷଣା କରିଥିବା ବେଳେ ରାଜ୍ୟ ସରକାର ଏହା ଉପରେ ୮୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ଯୋଗ କରିବାକୁ ନିଷ୍ପତ୍ତି ନେଇଛି। ଏହା ଫଳରେ, ରାଜ୍ୟ ସରକାର ଧାନ ପ୍ରତି କୁଇଣ୍ଟାଲ ପାଇଁ ମୋଟ ୩୧୦୦ ଟଙ୍କା ଦେବ। ଧାନ କିଣାଯାଇଥିବା ୪୮ ଘଣ୍ଟା ମଧ୍ୟରେ ଏହି ରାଶି ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାରେ ହସ୍ତାନ୍ତର କରାଯିବ।  

ପୁରୀ, ସମ୍ବଲପୁର, ଖୋର୍ଦ୍ଧା, ଗଞ୍ଜାମ, କଳାହାଣ୍ଡି, କୋରାପୁଟ, ବାଲେଶ୍ୱର, ମୟୂରଭଞ୍ଜ, କନ୍ଧମାଳ, ଜଗତ୍‌ସିଂହପୁର, ଭଦ୍ରକ ଜିଲାରେ ଚାଷୀମାନେ ଏହି ସବ୍‌ସିଡିର ଲାଭ ଉଠାଇ ପାରିବେ। ରାଜ୍ୟ ସରକାର ପକ୍ଷରୁ ସୂଚନା ମଧ୍ୟ ଦିଆଯାଇଛି ଯେ ସୋସିଆଲ ମିଡିଆ ଏକ୍ସ ପ୍ଲାଟଫର୍ମରେ ଏହାକୁ ସାଧାରଣଙ୍କ ସମ୍ମୁଖରେ ରଖାଯାଇଛି।