Hot Posts

6/recent/ticker-posts

ଅଟୋ ଚାଳକଙ୍କୁ ଧାରୁଆ ଅସ୍ତ୍ରରେ ଗଲା କାଟି ହତ୍ୟା


ରାୟଗଡ଼ା/ଟିକିରି, ୧୫/୧୨: - ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କଂସାରିଗୁଡା ଛକ ନିକଟରେ ଏକ ମର୍ମାନ୍ତିକ ଘଟଣା ଘଟିଛି। ଏଥିରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ଜଣେ ଅଟୋ ଚାଳକଙ୍କୁ ଗଳାକାଟି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ମୃତକଙ୍କ ନାମ ବଳରାମ ଖରା, ଯିଏ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଗରିଡି ଗ୍ରାମର ବାସିନ୍ଦା ଓ ଦୋରାଗୁଡାସ୍ଥିତ ଆରଆର କଲୋନୀରେ ବସବାସ କରୁଥିଲେ।  

ଘଟଣାର ସୂଚନା ପାଇ ରାୟଗଡା ଏସଡିପିଓ ରଶ୍ମିରଞ୍ଜନ ସେନାପତି, କାଶୀପୁର ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକଙ୍କ ସହ ପୋଲିସ ଦଳ ଘଟଣାସ୍ଥଳକୁ ଭ୍ରମଣ କରି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାର ବିବରଣୀ ରହସ୍ୟମୟ ଥିବାରୁ, ସାଇଣ୍ଟିଫିକ ଟିମ୍‌ ଡକାଯାଇ ତଦନ୍ତକୁ ତିବ୍ର କରାଯାଇଛି।  

ପୋଲିସ ସୂଚନା ଅନୁସାରେ, ବଳରାମ ଅଟୋ ଭଡା ପାଇଁ ଫୁଲଜବା ନିକଟବର୍ତ୍ତୀ ଗ୍ରାମକୁ ଯାଇ ଫେରୁଥିବା ବେଳେ ଏହି ହତ୍ୟା ଘଟିଥିବା ସନ୍ଦେହ ଜଣାଯାଇଛି। କିନ୍ତୁ କିଏ ଏବଂ କାହିଁକି ଏହି ଅଭାନୀୟ କାର୍ଯ୍ୟ ଘଟାଇଛି, ତାହା ଅଜଣା ରହିଛି। ଘଟଣା ନେଇ ସମ୍ପୃକ୍ତ ମାନଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।