ଥୁଆମୂଳ ରାମପୁର, ୨୦/୧୨:- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଟେଭାକଲମ ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ମୃତ୍ୟୁକାଣ୍ଡ ଘଟିଛି। ଗ୍ରାମର ବିବାହିତ ଯୁବକ ପାନି ମାଝି (୪୫)ଙ୍କୁ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇ ଭାଇ ଟାଙ୍ଗିଆ ମାଡ଼ ଦେଇ ହତ୍ୟା କରିଛନ୍ତି।
ପାନିଙ୍କ ସ୍ତ୍ରୀ କୁନି ମାଝି ଥୁଆମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଅନୁଯାୟୀ, ତାଙ୍କ ସ୍ୱାମୀ ରାତିରେ ଘରେ ଶୋଇଥିବା ବେଳେ ଉକ୍ତ ଗ୍ରାମର ଦୁଇ ଭାଇ ତାଙ୍କ ଘର ପାଖକୁ ଆସି ଅଶାଳୀନ ଭାଷାରେ ଗାଳିଗୁଲଜ କରୁଥିଲେ। ପାନି ଘରରୁ ବାହାର ହୋଇବା ସମୟରେ ତାଙ୍କୁ ଟାଣି ନେଇ ଟାଙ୍ଗିଆରେ ହତ୍ୟା କରାଯାଇଥିଲା।
ଗୁରୁବାର ସକାଳେ ସ୍ତ୍ରୀଙ୍କ ଅଭିଯୋଗ ଉପରେ ଏକ ମାମଲା (ନଂ. ୧୦୪/୨୪) ରୁଜୁ କରାଯାଇ ଘଟଣାସ୍ଥଳରେ ପୋଲିସର ସାଇଣ୍ଟିଫିକ ଟିମ୍ ପହଞ୍ଚିଥିଲା। ଥାନା ଅଧିକାରୀ କୈବଲ୍ୟ ସେଠ ଓ ସବ୍ଇନ୍ସପେକ୍ଟର ରଶ୍ମିରଞ୍ଜନ ବାଗ ଘଟଣାକୁ ନିକଟରୁ ତଦନ୍ତ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଦୁଇ ଭାଇଙ୍କୁ ଖୋଜିବା ଅଭିଯାନ ଜାରି ରହିଛି।