ଭୁବନେଶ୍ୱର, ୨୧/୧୨ ରାଜ୍ୟର ସମସ୍ତ ଚାଷୀଙ୍କ ତଥ୍ୟକୁ ଡିଜିଟାଲ ରୂପରେ ସଂରକ୍ଷିତ କରିବା ନିମନ୍ତେ ରାଜ୍ୟ ସରକାର ଜାନୁଆରୀ ୧ରୁ ପ୍ରତି ପଞ୍ଚାୟତରେ ଶିବିର ଆୟୋଜନ କରି ଚାଷୀ ପଞ୍ଜିକା ପ୍ରସ୍ତୁତ କରିବା ଯୋଜନା କରିଛି। ଏଥିରେ ପ୍ରତ୍ୟେକ ଚାଷୀଙ୍କୁ ୧୪ ଅଙ୍କିଆ ୟୁନିକ୍ ଆଇଡି ଏବଂ କାର୍ଡ ଜାରି କରାଯିବ, ଯାହାର ମାଧ୍ୟମରେ ସେମାନେ ସରକାରୀ ସୁବିଧା ଓ ଯୋଜନାର ସିଧାସଳଖ ଲାଭ ମିଳିପାରିବ।
ଏହି କାର୍ଯ୍ୟକ୍ରମ ଜାନୁଆରୀ ୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ପଞ୍ଚାୟତରେ ଏକ ସ୍ବତନ୍ତ୍ର ଶିବିର ଆୟୋଜିତ ହେବ। ଏଠାରେ ଚାଷୀମାନେ ଆଧାର କାର୍ଡ, ମୋବାଇଲ ଫୋନ୍ (ଆଧାର ସହ ଲିଙ୍କ୍ ଥିବା), ଜମି ପଟ୍ଟା କିମ୍ବା ଖର୍ଦ୍ଦି ଦଲିଲ ଉପସ୍ଥାପନ କରି ନିଜ ପଞ୍ଜୀକରଣ କରିପାରିବେ। ଏହି ଶିବିରରେ ପିଏମ-କିଷାନ, ପ୍ରଧାନମନ୍ତ୍ରୀ ଫସଲବୀମା ଓ ଅନ୍ୟାନ୍ୟ କୃଷି ଯୋଜନା ର ସହାୟତା ଚାଷୀମାନଙ୍କୁ ପ୍ରଦାନ କରାଯିବ।
ଏହି ଡିଜିଟାଲ ଡାଟାବେସ୍ ଚାଷୀଙ୍କ ଚିହ୍ନଟ ଓ ସରକାରୀ ସେବାର ପ୍ରବାହକୁ ସୁଗମ କରିବ। ଏଥିରେ ଚାଷୀଙ୍କ ଜମିର ଆକାର, ଜଳସେଚନ ସୁବିଧା ଥିବା କିମ୍ବା ନଥିବାର ତଥ୍ୟ ସଂରକ୍ଷିତ ହେବ। ଏହା ସହିତ, ଚାଷୀମାନଙ୍କ ସବୁପ୍ରକାର କୃଷି ସବ୍ସିଡି ଓ ଋଣ ପ୍ରଦାନରେ ପାରଦର୍ଶିତା ଆଣାଯିବ।