କର୍ଲାମୁଣ୍ଡା, ୧୨/୧୨: କଳାହାଣ୍ଡି ଜିଲା କର୍ଲାମୁଣ୍ଡାର ବିଭିନ୍ନ ମଣ୍ଡିରେ ଧାନ ଉଠାଣରେ ହୋଇଥିବା ସମସ୍ୟାକୁ ନେଇ ଚାଷୀମାନେ ଗୁରୁବାର ଏକତ୍ରିତ ହୋଇ ତହସିଲଦାରଙ୍କୁ ଭେଟି ସମାଧାନ ଦାବି କରିଛନ୍ତି। ଚାଷୀମାନେ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରି ତହସିଲ କାର୍ଯ୍ୟାଳୟରେ ଜିଲାପାଳଙ୍କ ନାମରେ ଏକ ଦାବିପତ୍ର ଦେଇଥିଲେ।
ଏହି ଆନ୍ଦୋଳନରେ କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳରୁ ଅନେକ ଚାଷୀ ଉପସ୍ଥିତ ଥିଲେ। ଚାଷୀ ନେତା ଜୟଶଙ୍କର ସାହୁଙ୍କ ନେତୃତ୍ୱରେ ଗୌର କିଶୋର ରଣା, ଦେବେନ୍ଦ୍ର ସାହୁ, ସୁରେନ୍ଦ୍ର ଭୋଇ, ରଶ୍ମିକାନ୍ତ ସାହୁ, ମହେନ୍ଦ୍ର ରଣା ଓ ଅନ୍ୟ ଅନେକ ଚାଷୀ ଏହି ଆନ୍ଦୋଳନରେ ସମିଲିତ ହୋଇଥିଲେ। ତେବେ ଘଟଣାସ୍ଥଳରେ ଶାନ୍ତି ଓ ସୃଙ୍ଖଳା ରକ୍ଷା କରିବା ପାଇଁ ଫାଣ୍ଡି ଅଧିକାରୀ ଥବୀର ବାରିହା ଓ ପୋଲିସ ଦଳ ଉପସ୍ଥିତ ଥିଲେ।
ଚାଷୀମାନେ ଏହି ଆନ୍ଦୋଳନ ମାଧ୍ୟମରେ ଧାନ ଉଠାଣ ସମସ୍ୟାର ସତ୍ୱର ସମାଧାନ ଦାବି କରି ଶାସନ ଓ ପ୍ରଶାସନକୁ ଜାଣାଇଛନ୍ତି।